୨୦ ମାସରେ ମରିଛନ୍ତି ୧୫୪ ହାତୀ

ରାଜ୍ୟରେ ବିଗତ ୨୦ ମାସରେ ୧୫୪ ହାତୀଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେଥିମଧ୍ୟରୁ ୧୫ଟି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୩ଟି ଶିକାରୀଙ୍କ ଶିକାର ସାଜିଛନ୍ତି ବୋଲି ଗୃହର ଉତ୍ତର ରଖିଛନ୍ତି ମନ୍ତ୍ରୀ | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨୦ ମାସରେ ୭ଟି କଳରାପତରିଆ ବାଘ ଛାଲ, ୨ଟି ହାତୀ ଦାନ୍ତ, ଗୋଟିଏ ବନ୍ଧୁକ ଜବତ ହୋଇଛି । ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଗତ ୨୦ ମାସରେ ୨୦୨୪-୨୫ ଏବଂ ୨୦୨୫-୨୬ରେ ମାର୍ଚ୍ଚ ୧ ତାରିଖ ମଧ୍ୟରେ ୮୭୭୭୮.୦୨ ଘନ ଫୁଟ ପରିମାଣର ଚୋରା କାଠ ଜବତ ହୋଇଛି । ୧୦୩୯ କାଠ ଚୋରା ଚାଲାଣ ବେଳେ ଧରାପଡିଛି । ସେହିପରି ଗତ ୨୦ ମାସ ମଧ୍ୟରେ ୭ଟି କଲରାପତରିଆ ବାଘ ଛାଲ, ୨ଟି ହାତୀ ଦାନ୍ତ, ଗୋଟିଏ ବନ୍ଧୁକ ଜବତ ହୋଇଛି ଶୂନ୍ୟ କାଳରେ ଚାଲିଛି ଗୃହ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବର୍ରୁ ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିନଥିଲା ।