୫୬ ତମ ଜନ୍ମଦିନରେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି
କଂଗ୍ରେସ ନେତା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମଦିନ । ୫୬ ବର୍ଷରେ ପଦାର୍ପଣ କରିଛନ୍ତି ରାହୁଲ ଗାନ୍ଧୀ ।ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ୍ ୧୯୭୦ରେ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ହୋଇଥିଲା । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ପୁଅ । ଅନେକ କଂଗ୍ରେସ ନେତା ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ତାଙ୍କର ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ, ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି।’