ମୋଦିଜୀଙ୍କ ଜନ୍ମଦିନରେ ” ସଚେତନତାର ସନ୍ଦେଶ” ସ୍ଵାଥ୍ୟକେନ୍ଦ୍ରରେ ଫଳବଣ୍ଟନ ଓ ବୃକ୍ଷ ରୋପଣ

ଗଣିଆ: (ବିଶ୍ୱରଂଜନ ସେଠି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଦିନଟିକୁ ଦେଶର ବିଭିନ୍ନ ସ୍ଥାନରେ ସେବା, ସଚେତନତା ଓ ପରିବେଶ ପ୍ରତି ସମର୍ପଣରେ ପରିଣତ କରିବାର ପ୍ରୟାସ ହେଉଛି ଗଣତନ୍ତ୍ରୀୟ ସମାଜର ପାଇଁ ନୂଆ ପ୍ରଥା। ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କେବଳ ସ୍ମରଣ ନୁହେଁ, ସେମାନଙ୍କର ଆଦର୍ଶକୁ ଆଚରଣରେ ପରିଣତ କରିବାର ଶପଥ। ଗଛ ଲଗାଇବା କାର୍ଯ୍ୟକ୍ରମ ମାନବଜାତି ପାଇଁ ଏକ ସ୍ପଷ୍ଟ ସନ୍ଦେଶ “ପ୍ରକୃତିକୁ ସୁରକ୍ଷା କର, ଭବିଷ୍ୟତକୁ ସୁରକ୍ଷା ରଖ” ବିଶ୍ୱବ୍ୟାପୀ ପରିବର୍ତ୍ତିତ ଜଳବାୟୁ, ବଢ଼ୁଥିବା ଉଷ୍ମା, ପାଣିର ଅଭାବ ଓ ପ୍ରାକୃତିକ ବିପଦଗୁଡ଼ିକ ଆମକୁ ସତର୍କ କରୁଛି। ଏହି ପରିପ୍ରେକ୍ଷିତରେ ଗଛଲଗାଣିକୁ ସେମାନଙ୍କ ଜନ୍ମଦିନ ପାଳନ ସୀମାରେ ରଖିବାରୁ କିଛି ହେବ ନାହିଁ। ସେଥିପାଇଁ ଏହାକୁ ସାଧାରଣ ନାଗରିକଙ୍କ ଦୈନିକ ଜୀବନରେ ଅଭ୍ୟାସରେ ପରିଣତ କରିବା ଆବଶ୍ୟକ। ଆଜିର କାର୍ଯ୍ୟକ୍ରମରେ ଯୁବମାନେ, ଛାତ୍ରଛାତ୍ରୀ ଓ ସମାଜସେବୀମାନଙ୍କ ସକ୍ରିୟ ଭାଗିଦାରୀ ଦେଖାଇଲା ଯେ, ମାତ୍ର ଅଭିନନ୍ଦନରେ ନୁହେଁ, ସଚେତନ କାର୍ଯ୍ୟରେ ମୋଦୀଜୀଙ୍କ ଜନ୍ମଦିନକୁ ଅର୍ଥପୂର୍ଣ୍ଣ କରିହେବ। ଏହିପରି ପଦକ୍ଷେପର ମୂଲ୍ୟବାନ ସାରଥକ୍ୟ ତାହା ସମୟୀନୀୟ ଆୟୋଜନରେ ନୁହେଁ, ବରଂ ଲୋକମନଙ୍କ ମନୋଭାବରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବାରେ। ସେଥିପାଇଁ ଆମ ସମାଜର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଆଜିର ସନ୍ଦେଶ ହେଉ “ଗଛ ହେଉଛି ଜୀବନ, ତାହାକୁ ସୁରକ୍ଷା କରିବା ହେଉଛି ଆମର କର୍ତ୍ତବ୍ୟ”। ଏହି ପରିପେକ୍ଷୀରେ ଗଣିଆ ମଣ୍ଡଳ ରେ ସକାଳ ସମୟରେ ପ୍ରଭୁ ରଘୁନାଥଙ୍କ ପଖରେ ପୂଜାର୍ଚ୍ଚନା କରାଯାଇଥିଲା ।

ସନ୍ଧ୍ୟା ରେ କେକ କାଟି ବାଣ ଫୁଟାଇ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ସଭାପତି ମହାବୀର ପ୍ରସାଦ ମିଶ୍ର, ସାଂସଦ ପ୍ରତିନିଧି ସରତ କୁମାର କର ନୟାଗଡ଼ ଜିଲ୍ଲା ବିଜେପି ସମ୍ପାଦକ ଚନ୍ଦ୍ରଶେଖର ଦାସ, ଗଣିଆ ବିଜେପି ଉପସଭାପତି ଭାଗିରଥି ଗଡ଼ନାୟକ ଓ ବାଉରୀବନ୍ଧୁ ରାଉତ , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ବିଜେପି ନେତା ଶୁଭ୍ରଜିତ ପଣ୍ଡା , ଶସ୍ମିତା ମିଶ୍ର ଜିଲ୍ଲା କାଯ୍ୟକାରିଣୀ ସଦସ୍ୟ , ବିଜେପି କର୍ମୀ ରଞ୍ଜୁଲତା ପଣ୍ଡାଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ସକାଳୁ ଗଣିଆ ରାମ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହିତ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ଫଳ ବଣ୍ଟନ କରିଥିଲେ । ସନ୍ଧ୍ୟାରେ ମନ୍ଦିର ପରିସରରେ ବାଣ ମାରି ଖୁସି ବ୍ୟକ୍ତ କରିବା ସହିତ ନିଜ ନିଜ ଭିତରେ ମିଠା ଖାଇଥିଲେ ।