(HRTV ଓଡ଼ିଆ ମହାପ୍ରଭାବ)ମରାମତି ହେଲା ଲାଞ୍ଜିଗଡ଼ରୋଡ଼ ରେଲୱେ ଭୂତଳ ପୋଲ ଅସରାଏ ବର୍ଷାରେ ଜମୁଥିଲା ପାଣି
HR ଟିଭି ଓଡ଼ିଆ କଳାହାଣ୍ଡି (ଶେଖର ସୁମନ ଦାଶ )
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଠାରେ ରେଲୱେ ବିଭାଗର ଭୂତଳ ପୋଲରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମିରହୁଥିବା ଏହି ଖବର HR ଟିଭି ଓଡ଼ିଆ ନିୟୁଜ ଚ୍ୟାନାଲ ମାଧ୍ୟମରେ ରେ ପ୍ରକାଶିତ ହେବା ପରେ ରେଳ ବିଭାଗର ନିଦ ଭାଗିଲା । ସୂଚନାଯୋଗ୍ୟ ଏହି ଭୂତଳ ପୋଲରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହୁଥିଲ। ପୋଲ ତଳେ ଶିଉଳି ଓ କାଦୁଅ ଜମି ରହିଥିବା ଯୋଗୁଁ ଛୋଟବଡ ଦୁର୍ଘଟଣାରେ ଶିକାର ହେଉଥିଲେ ଲୋକେ। ଏନେଇ ଗତ 23 ତାରିଖ ଦିନ HR ଟିଭି ଓଡ଼ିଆ ନିୟୁଜ ରେ ଖବର ପ୍ରସାରଣ ପରେ ରେଳ ବିଭାଗ ପକ୍ଷରୁ ପାଣି ନିସ୍କାସନ ପାଇଁ ଡ୍ରେନେଜ୍ ସୁବିଧା କରାଯାଇଛି। ତେବେ ପୋଲ ତଳୁ ପାଣି ନିସ୍କାସନ ହେବା ପରେ ଲୋକେ HR ଟିଭି ଓଡ଼ିଆ କୁ ଧନ୍ୟବାଦ ଜଣାଇଛନ୍ତି।