NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ସମାଲୋଚନା କଲେ ଟେଲିଗ୍ରାମ ସିଇଓ

ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା ପାଇଁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ତେବେ ଏହି ମେସେଜିଂ ଆପର ପ୍ରତିଷ୍ଠାତା ତଥା ସିଇଓ (CEO) ପାଭେଲ ଦୁରୋଭ (Pavel Durov) ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାଦ୍ୱାରା ମୂଳ ସମସ୍ୟାର ସମାଧାନ ନହୋଇ ଓଲଟା ଲକ୍ଷ ଲକ୍ଷ ସାଧାରଣ ବ୍ୟବହାରକାରୀ ପ୍ରଭାବିତ ହେବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।ଗତ ମେ ୩ ତାରିଖରେ ହୋଇଥିବା ମୂଳ NEET-UG ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ସାରା ଦେଶରେ ପ୍ରତିବାଦ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଜୁନ୍ ୨୧ରେ ପୁନଃ-ପରୀକ୍ଷା କରାଯାଉଛି ।ଗୁଗୁଲ ନିଜ ପ୍ଲେ-ଷ୍ଟୋରରୁ ଏହି ଆପକୁ ହଟାଇ ସାରିଥିବାବେଳେ, ଆପଲ ମଧ୍ୟ ନିର୍ଦ୍ଦେଶ ପାଳନ କରି ଖୁବ ଶୀଘ୍ର ଏହାକୁ ହଟାଇବ ବୋଲି ଆଶା କରାଯାଉଛି।ଟେଲିଗ୍ରାମ ସିଇଓ କହିଛନ୍ତି, “କିଛି ବ୍ୟବହାରକାରୀ ଲିକ ହୋଇଥିବା ପ୍ରଶ୍ନପତ୍ର ସେୟାର କରିବା ଯୋଗୁଁ ଭାରତର ଆଇଟି ମନ୍ତ୍ରଣାଳୟ ଟେଲିଗ୍ରାମକୁ ଗୋଟିଏ ସପ୍ତାହ ପାଇଁ ବ୍ୟାନ କରିଛି।