ଦୁଇ ବିଜେପି ନେତା ଅରିନ୍ଦମ୍ ରାୟ ଓ ଅଭୟ ବାରିକଙ୍କୁ ଗିରଫ କରିବା ପାଇଁ ଦାବି

କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ର ଶତାଧିକ ବିଜେଡି କର୍ମୀ ଓ ଜନ ପ୍ରତିନିଧି ମାନେ କଟକ ଗ୍ରାମାଞ୍ଚଳ ଏସପି, ଜିଲ୍ଲାପାଳ ଓ ଡିଜି ଙ୍କ ନିକଟରେ ଦୁଇ ବିଜେପି ନେତା ଅରିନ୍ଦମ୍ ରାୟ ଓ ଅଭୟ ବାରିକଙ୍କୁ ଗିରଫ କରିବା ପାଇଁ ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।

ସୂଚନା ମୁତାବକ, ଗତ ଶୁକ୍ରବାର ବିଜେପି ନେତା ଅରିନ୍ଦମ ଓ ଅଭୟ ବ୍ଲକରେ ଦବଙ୍ଗଗିରି ଦେଖାଇବା ପୂର୍ବରୁ ଏକ ଯୋଜନାବଦ୍ଧ ଭାବେ ପ୍ରଥମେ ବିଡ଼ିଓଙ୍କ କକ୍ଷରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି କରାଯିବା ପରେ ଏବିଡିଓ ଓ ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବେ ଦୁର୍ବ୍ୟବହାର କରାଯିବା ସହ ବ୍ଲକର ଆସବାବପତ୍ର ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାକୁ ନେଇ ଟାଙ୍ଗୀ ଥାନାରେ ବ୍ଲକ ପ୍ରଶାସନ ତରଫରୁ ଏତଲା ଦିଆଯିବା ପରେ ପୁଲିସ ପ୍ରାୟ ୧୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।