ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବାକୁ ସିଏମସିର ପଦକ୍ଷେପ

ପାର୍ବଣ ଋତୁ ଆସୁଥିବାରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛି ସିଏମସି । କଟକ ରାଣୀହାଟ ଛକରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ରାସ୍ତାକଡ ଖାଦ୍ୟ ଷ୍ଟଲରେ ଯାଞ୍ଚ। ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଫୁଡ ସେଫଟି ଅଧିକାରୀ ରାଣୀହାଟ ଏବଂ ଯୋବ୍ରା ନିକଟ ରାସ୍ତାକଡ ଜଳଖିଆ ଦୋକାନ, ଚାଟ୍, ମୋମୋ,ଗୁପଚୁପ୍, ମକ୍କା ଏବଂ ଦହିବରା ଦୋକାନରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଯାଞ୍ଚ କରିଛି। ଅନ୍ୟପଟେ ଯାଞ୍ଚ ବେଳେ ରାସ୍ତାକଡ ମକ୍କା ଦୋକାନୀଙ୍କୁ ସ୍ୱାସ୍ଥ୍ୟ ଅଧିକାରୀ ଖାଦ୍ୟର ବିଲ ଏବଂ ଫୁଡ୍ ଲାଇସେନ୍ସ ମାଗିବା ସହ ୬ ମାସର ମକ୍କା ହୋଇଥିବା କହିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମକ୍କା ଦୋକାନୀ। ବଡ ବଡ ରେଷ୍ଟୁରାଣ୍ଟକୁ ଛାଡି ଛୋଟ ଦୋକାନୀଙ୍କୁ ଅଧିକ ଯାଞ୍ଚ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।