ଆଡ଼କଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ
ଗଣିଆ,-(ବିଶ୍ୱରଂଜନ ସେଠି ) ଶୁକ୍ରବାର ପୂର୍ବାହ୍ନରେ ଗଣିଆ ବ୍ଳକସ୍ଥିତ ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ ତଥା ଜିଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ଯୋଗଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଅଧିକାରୀ ଡାକ୍ତର ମଧୁସୁଦନ ଦାସ, ଆଡ଼କଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସୁନିଲ କୁମାର ଦଳେଇ, ବିଇଇ କମଳା ମହାରଣା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଥମେ ଚଳିତ ବର୍ଷର ଆୟବ୍ୟୟର ଅଟକଳ ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକରେ ରୋଗୀ ସହାୟକମାନଙ୍କ ନିମନ୍ତେ ପ୍ରତୀକ୍ଷାଳୟ, ନୂତନ ବୋରୱେଲ, ସର୍ବସାଧାରଣ ଶୌଚାଳୟ, ଥ୍ରୀ ଫେଜ ବିଦ୍ୟୁତ ସଂଯୋଗ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଅନ୍ୟାନ୍ୟ ପ୍ରସ୍ତାବ ଆଲୋଚନା କରାଯାଇଥିଲା । ବିଗତ କିଛିବର୍ଷ ଲଗାତର କାୟାକଳ୍ପ ସମ୍ମାନ ପାଇଆସୁଥିବାରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଦେବା ସହିତ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଘଛଇଝ ସମ୍ମାନ ପାଇବା ନେଇ ଡାକ୍ତର ମଧୁସୁଦନ ଦାସ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।