ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସ୍ଥିତି ସମୀକ୍ଷା :ପୁରୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁରକୁ ଆଲର୍ଟ

ବନ୍ୟାରେ ଉତ୍ତର ଓଡ଼ିଶା ବେହାଲ । ପାଣି ଘେରରେ ଶହ ଶହ ଗାଁ। ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ପରେ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଜଟିଳ ହୋଇପଡ଼ିଛି । ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବା ସହ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।ମହାନଦୀରେ ବନ୍ୟା ସ୍ଥିତି ଦେଖି ୫ ଜିଲ୍ଲାକୁ ହାଇଆଲର୍ଟ ଜାରି ହୋଇଛି। ଆଜି ସକାଳେ କଟକ ନିକଟସ୍ଥ ମୁଣ୍ଡଳୀ ବ୍ୟାରେଜରେ ଜଳପ୍ରବାହ ୮ରୁ ୯ ଲକ୍ଷ କ୍ୟୁସେକ୍ ମଧ୍ୟରେ ପହଞ୍ଚିବା ପରେ ପ୍ରଶାସନ ସତର୍କତା ବଢ଼ାଇଛି। ଗଭୀର ଅବପାତ ପରେ ତେଲ, ଇବ୍ ଓ ଜିରା ନଦୀରୁ ବଢ଼ିଥିବା ଜଳପ୍ରବାହ ମହାନଦୀର ଜଳସ୍ତରକୁ ଆହୁରି ବଢ଼ାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି ।

ବାଙ୍କୀ, ଆଠଗଡ଼, ବଡ଼ମ୍ବା ଓ ତିର୍ତ୍ତୋଲ ଅଞ୍ଚଳର ତଳିଆ ଗାଁଗୁଡ଼ିକରେ ପାଣି ରାସ୍ତା ଓ ଚାଷଜମିକୁ ପ୍ରବେଶ କରିଛି । ଲଗାଣ ବର୍ଷା ଜନିତ ବନ୍ୟାରେ ରାଜ୍ୟର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୧.୭୬ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା ବୈଠକ । ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦୁଇ ଦିନ ଯାଏଁ କୌଣସି ବର୍ଷା ଓଡ଼ିଶାରେ ନାହିଁ । ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ୧୨ଟି ଗେଟ୍ ଖୋଲାଅଛି । ଆଉ ୧୨ଟି ଗେଟ୍ ଖୋଲିବା ପାଇଁ ଯୋଜନା ଚାଲିଛି । ସମୁଦାୟ ୨୨ଟି ଗେଟ୍ ଖୋଲିବା ପାଇଁ ପ୍ରସ୍ତୁତ ହେଉଛୁ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଅବଗତ କରାଯାଇଛି ।