ଗଣିଆରେ ବନ୍ୟା ପରିସ୍ଥିତି ଗମ୍ଭୀରସଂନ୍ଧ୍ୟାରେ କମିଲା-ସକାଳୁ ବଡିଲା

ଗଣିଆ,-( ବିଶ୍ୱରଂଜନ ସେଠି ) ଲଗାଣ ବର୍ଷା ଲାଗିରହିବା ସହିତ ÷ହିରାକୁଦ ଜଳଭଣ୍ଡାରରୁ ୨୨ଗୋଟି ଗେଟ ଦ୍ୱାରା ଜଳଛାଡ଼ିବା ଦ୍ୱାରା ମହାନଦୀରେ ଜଳସ୍ତର ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ଧିଧେିରେ ଗମ୍ଭୀର ହେବାରେ ଲାଗିଛି । ଗତ ଗୁରୁବାର ସଂନ୍ଧ୍ୟାରେ ମହାନଦୀର ଜଳସ୍ତର କ୍ରମଃଶ କମୁଥିବା ବେଳେ ପୁନଶ୍ଚ ଶୁକ୍ରବାର ସକାଳ ୯ଘଟିକା ପରେ ତାହା କ୍ରମଶଃ ବଢିବାରେ ଲାଗିଛି । ଏନେଇ ମହାନଦୀର ତଳିଆ ଅଂଚଳ ଯଥା ଛାମୁଣ୍ଡିଆ, ରାସଙ୍ଗ ଓ ବଡ଼ସିଲିଙ୍ଗା ପଂଚାୟତର ନଦୀକୂଳ ଗ୍ରାମବାସୀମାନଙ୍କୁ ତୁରନ୍ତ ଉଚ୍ଚନିରାପଦ ସ୍ଥାନକୁ ପଳାଇ ଯିବାକୁ ସୁଚନା ଦିଆଯାଇଥିଲା । ତେବେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ବନ୍ୟା ଯୋଗୁଁ ଗଣିଆ ବ୍ଲକର ରାସଙ୍ଗ, ଛାମୁୂଣ୍ଡିଆ ଓ ବଡ଼ସିଲିଙ୍ଗା ୩ଗୋଟି ପଂଚାୟତ ସଂପୁର୍ଣ୍ଣ ବାହ୍ୟ ଜଗତରୁ ବଚ୍ଛିନ୍ନ ହୋଇଯାଇଛି । ଛାମୁଣ୍ଡିଆ ପଂଚାୟତର ବଡ଼ମୂଳଠାରେ ଥିବା ବନ୍ୟଜଳ ମାପକେନ୍ଦ୍ରଠାରେ ୩୬ଫୁଟର ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଥିବାର ସୁଚନା ମିଳିଛି । ରାସଙ୍ଗ ପଂଚାୟତର ରାସଙ୍ଗ-କାଦୁଆ ରାସ୍ତାରେ ୫ଫୁଟର ପାଣି ପ୍ରବାହିତ ହେଉଥିବାବେଳେ ମଣିଭଦ୍ରାଠାରୁ ଭାୟା ବୃତଙ୍ଗ ଦଇ ବେଂଟପଡ଼ା ପର୍ଯ୍ୟନ୍ତ ୫ଫୁଟରୁ ୬ଫୁଟ ଜଳ ପ୍ରବାହିତ ହେଉଛି ସେହିପରି ଛାମୁଣ୍ଡିଆ ଠାରୁ ମୁଦୁଲିଗାଡ଼ିଆ ଓ ବେଠିଆସାହିଠାରୁ କୁତୁରୀ ଆଦି ରାସ୍ତା ଉପରେ ୬ଫୁଟ ଲେଖାଏ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ରାସଙ୍ଗ ପଂଚାୟତର ରାସଙ୍ଗ ପଚାଂୟତର ଡଙ୍କାରିସାହି, କେନ୍ଦୁପଲ୍ଲୀ, କାଦୁଆ, ହଟିଆପଲ୍ଲୀ, ବସନ୍ତପୁର, ଓସ୍ତିଆ, ରାସଙ୍ଗ ଆଦି ଗ୍ରାମ, ଛାମୁଣ୍ଡିଆ ପଂଚାୟତର ବଡମୂଳ, ମାଳିସାହି,ବେଠିଆସାହି, ମୁଦୁଲିଗାଡିଆ, କନ୍ଧଜିଲିଣ୍ଡା, ଛାମୁଣ୍ଡିଆ, ଗୋପୀନାଥପୁର , ବେଟଂପଡା, ଇଶ୍ୱରପୁର, ବେଟଂପଡା ମାଳିସାହି, ରାଇଗାଡିଆ ଓ ମହନାପଦା ଆଦି ଗ୍ରାମ ଓ ବଡ଼ସିଲିଙ୍ଗା ପଂଚାୟତର ବିଭିନ୍ନ ଗ୍ରାମ ୩ଗାଟି ପଂଚାୟତର ପ୍ରାୟ ୪୧ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଫଳରେ ଜଳବନ୍ଦୀ ଗ୍ରାମଗୁଡ଼ିକୁ ଲୋକମାନଙ୍କର ଅତ୍ୟବଶ୍ୟକୀୟ ଜିନିଷ ଠିକରେ ଯାଇ ପାରୁନହିଁ । ପନିପରିବା ଠାରୁ ଆରମ୍ଭ କରି ରାସନ ସାମଗ୍ରୀଗୁଡ଼ିକ ଯାଇନପାରିବା ଦ୍ୱାରା ଯାହା କିଛି େଓଠାକାର ଗାଁ ଦୋକାନୀ ମାନେ ରଖିଛନ୍ତି ତାକୁ ଚଢା ଦରରେ ବିକ୍ରୀ କରୁଥବବାର ଦେଖିବାକୁ ମିଳିଛି ଯଥା ଆଳୁ କିଲୋ ୨୫ଟଙ୍କା ପିଆଜ ୪୦ଟଙ୍କାରେ ବିକ୍ରୀ ହେଉଥିବାବେଳେ ଟମାଟ, କାଙ୍କଡ଼, ବାଇଗଣ ଅଦି ଅନ୍ୟାନ୍ୟ ପରିବା ଆକାଶ ଛୁଆ ହୋଇଛି । ଏଦିଗରେ ପ୍ରଶାସନ ନୃଷ୍ଟି ଦେବାକୁ ଦାବୀ ହେୁଛି ।