ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୮ଟି ଗେଟ୍, ମୋଟ୍ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ଉପର ମୁଣ୍ଡରେ ପ୍ରବଳ ବର୍ଷା । ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଉଛି । ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପ୍ରାୟ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯାଉଛି। ଅନ୍ୟପଟେ ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦରୁ ଛଡ଼ାଯାଉଥିବା ପାଣି ସେଠାରେ ପହଞ୍ଚିବା ପରେ ମୋଟ୍ ପ୍ରବାହ ପ୍ରାୟ ସାଢ଼େ ୭ ଲକ୍ଷ କ୍ୟୁସେକରେ ପହଞ୍ଚିବାର ଆକଳନ କରାଯାଇଛି।ମହାନଦୀରେ କୌଣସି ଘାଇ ସୃଷ୍ଟି ହୋଇନାହିଁ । ଆଜି ସନ୍ଧ୍ୟା ମଧ୍ୟରେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଆଦି ଅଞ୍ଚଳରେ ପହଞ୍ଚିବ । ପୂର୍ବରୁ ଅନ୍ୟ ନଦୀରେ ବିଭିନ୍ନ ନଦୀରେ ୭ ଟି ଘାଇ ହୋଇଛି ।