ରେଢ଼ୁଆ ପ୍ରାଥମିକ କୃଷି ସମବାୟ ସମିତି ରେ ସମ୍ପାଦକ ନିଯୁକ୍ତି ନିମନ୍ତେ ଜ଼ିଲ୍ଲା କୃଷକ ସଂଗଠନ ପକ୍ଷରୁ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ |

ଜଗତସିଂହପୁର ତା =31/7/26 ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ରେଢ଼ୁଆ ପ୍ରାଥମିକ କୃଷି ସମବାୟ ସମିତି ରେ ୩ ମାସରୁ ଉର୍ଦ୍ଧ ହେବ ସମ୍ପାଦକ ଚାକିରିରୁ ଅବସର ନେବା ପରେ ନୂତନ ଭାବେ ସମ୍ପାଦକ ନିଯୁକ୍ତି ହୋଇନାହାନ୍ତି | ଏଥିନେଇ ଅଞ୍ଚଳବାସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରେଢ଼ୁଆ ପ୍ରାଥମିକ କୃଷି ସମବାୟ ବ୍ୟାଙ୍କ ରେ ହଜାର ହଜାର ଜମାକାରି ରୋଗ ବୈରାଗ୍ୟ ରେ ପଡିଲେ କିମ୍ୱା କୃଷି କାର୍ଯ୍ୟ କରିବା ନିମନ୍ତେ ବ୍ୟାଙ୍କ ରୁ ଟଙ୍କା ଉଠାଇନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ହଜାର ହଜାର ଚାଷୀ କୃଷି ଋଣ, ଧାନ ବିହନ, ସାର ପାଇବାରୁ ବଞ୍ଚିତ ହେଉଛନ୍ତି |ଜ଼ିଲ୍ଲା ପ୍ରଶାସନ ତୁରନ୍ତ ରେଢ଼ୁଆ ପ୍ରାଥମିକ କୃଷି ସମବାୟ ସମିତି ରେ ସମ୍ପାଦକ ନିଯୁକ୍ତି କରିବାକୁ ଜ଼ିଲ୍ଲା କୃଷକ ସଂଗଠନ ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା, ସମ୍ପାଦକ ବାବାଜୀ ଚରଣ ଜେନା, ବିପିନି ବିହାରୀ ସ୍ୱାଇଁ, ଅଶୋକ କୁମାର ବେହେରା ପ୍ରମୁଖ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ