ଗଣିଆ ଥାନାରେ ଆମ ପୋଲିସ ସମିତି ବୈଠକ , ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଗଣିଆ -(ବିଶ୍ୱରଂଜନ ସେଠି ) ଶୁକ୍ରବାର ଦିନ ସନ୍ଧ୍ୟାରେ ଗଣିଆ ଥାନା ପରିସରରେ “ଆମ ପୋଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣିଆ ଥାନା ଅଧିକାରୀ ଟଙ୍କଧର ଛାତ୍ରିଆଙ୍କ ତତ୍ଵାବଧାନରେ ଏଇ କାଯ୍ୟକ୍ରମରେ ଏସ ଆଇ ଶ୍ୟାମ ସୁନ୍ଦର ପ୍ରଧାନ , ଏ ଏସ ଆଇ ସାହା ଆଲାମ ଖାଁ ଓ ପ୍ରଭାସ ଶବର ମଞ୍ଚାସିନ ଥିଲେ । ସାଧାରଣତଃ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ, ଶାନ୍ତି-ଶୃଙ୍ଖଳା ରକ୍ଷା ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅପରାଧ ନିୟନ୍ତ୍ରଣ ଓ ଗଣିଆ ଅଞ୍ଚଳରେ ଚୋରି, ଡକାୟତି, ଜୁଆ ଏବଂ ଗଞ୍ଜେଇ ଚଲାଣ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା।​ ପାର୍ବଣ, ଯାତ୍ରା କିମ୍ବା କୌଣସି ବିଶେଷ ସମୟରେ ଅଞ୍ଚଳରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା, ଯାହା ଦ୍ୱାରା ଲୋକମାନେ ବିନା ଭୟରେ ଥାନାକୁ ଆସି ନିଜର ସମସ୍ୟା ଜଣାଇପାରିବେ ବୋଲି ଥାନା ଅଧିକାରୀ କହିଥିଲେ । ଗଣିଆ ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଗମନାଗମନ ସୁବିଧା, ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ହ୍ରାସ ପାଇଁ ଆଲୋଚନା କରାଯାଇଥିଲା । ଏଇ କାଯ୍ୟକ୍ରମରେ ​ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରଷ୍ଠ ନାଗରିକ ଓ ବ୍ୟବସାୟୀ ସଂଘର କର୍ମକର୍ତ୍ତା, ସମ୍ବାଦଦାତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିବା ବେଳେ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି କାଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।