ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ପିଟି ପିଟି ମାରିଦେଲେ
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଲିଙ୍ଗରାଜ ଥାନା ଅନ୍ତର୍ଗତ ଗାୟତ୍ରୀ ବସ୍ତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି। ମୃତ ଯୁବକଜଣକ ହେଲେ ଜିତୁ କାଣ୍ଡି।ସେ ଜଣେ ଶ୍ରମିକ । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଗତକାଲି ରାତିରେ ବଟି ଆଦାୟକୁ ନେଇ କିଛି ଲୋକଙ୍କ ସହ ବଚସା ହୋଇଥିଲା । ପରେ ଦୋକାନ ସାମ୍ନାରେ ତାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ । ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ଟିମ୍ ।ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସମ୍ପୃକ୍ତ ଥିବା ୩ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ହତ୍ୟାକାଣ୍ଡ ପଛର ଅସଲ କାରଣ କ’ଣ ? ପୂର୍ବ ଶତ୍ରୁତା ନା କେବଳ ଯୁକ୍ତିତର୍କ। ଏନେଇ ପୋଲିସ ପ୍ରାଥମିକ ତଦନ୍ତ ଚଳାଇଛି।