ଆସୁଛି ଆଉ ଏକ ଲଘୁଚାପ, ୮ରେ ଘୂର୍ଣ୍ଣିିବଳୟ ସମ୍ଭାବନା

ଆସନ୍ତା ୮ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଲଘୁଚାପ ରୂପ ନେବାର ସମ୍ଭାବନା କମ୍ । କିନ୍ତୁ ଏହା ପ୍ରଭାବରେ ୧୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା ହେବ । ବର୍ତ୍ତମାନ ବର୍ଷାର ପରିମାଣ ଓ ବିସ୍ତାର କମ ଥିବା ବେଳେ ଆଗାମୀ ୩ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ପ୍ରବଳ ବର୍ଷା ପାଇଁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ତାରିଖରୁ ବର୍ଷାର ପରିମାଣ ବଢିବ। ୧୧ ତାରିଖରେ ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି।ରବିବାର ଦିନତମାମ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ବାରିପଦାରେ ୧୭.୮ମିମି ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ବର୍ଷା ହୋଇଛି ।