ଇଲିସି ମାଛ ଧରିବାକୁ ଯାଇ ନିଖୋଜ ୧୫ ମତ୍ସ୍ୟଜୀବୀ

ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ୧୫ ମତ୍ସ୍ୟଜୀବୀ । ପଶ୍ଚିମବଙ୍ଗ ଶଙ୍କରପୁର ସମୁଦ୍ରରେ ଅଘଟଣ । ଜୁଲାଇ ୨ ତାରିଖରୁ ମା କାଳୀ ଟ୍ରଲର ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି । ଘଟଣା ସମ୍ପର୍କରେ ଏଡି ଏସ୍ ମେରିନ୍ ଓ ଭାରତୀୟ କୋଷ୍ଟଗାର୍ଡ କୁ ଅବଗତ କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନା ହେଲିକପ୍ଟରର ସହାୟତା ପାଇଁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବି ସଂଘର ସମ୍ପାଦକ ସ୍ବଦେଶ ନାୟକ ।