ଓଡିଶାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ, ଭୁବନେଶ୍ବରରେ ଭବ୍ୟ ସ୍ବାଗତ

ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସ୍ୱାଗତ ପାଇଁ ବିମାନବନ୍ଦରରେ ରାଜ୍ୟପାଳ । ଦିନ ୧୧ଟାରେ ଓୟୁଏଟିରେ କାର୍ଯ୍ୟକ୍ରମ । ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର କରିବେ ଶୁଭାରମ୍ଭ । ମତ୍ସ୍ୟଜୀବୀଙ୍କୁ ବାଣ୍ଟିବେ ପ୍ରାଧିକରଣ ପତ୍ର ।ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ପ୍ରୋଟୋକଲ ଅନୁଯାୟୀ ବ୍ୟବସ୍ଥା, ସୁରକ୍ଷା, ଯାତାୟାତ, ସାମୟିକ ରହଣି, ଭିଡ଼ ନିୟନ୍ତ୍ରଣ, ପରିଚ୍ଛନ୍ନତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଚିକିତ୍ସା ସହାୟତା ଏବଂ ଗଣମାଧ୍ୟମ ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ଓଡ଼ିଶା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ସଂପୃକ୍ତ ଅନ୍ୟ ଅଂଶୀଦାରୀ ବିଭାଗ ମାନଙ୍କ ସମନ୍ୱୟରେ ଅତିଥିମାନଙ୍କର ସାମୟିକ ରହଣି ଓ ଅନ୍ୟାନ୍ୟ ସୁବିଧା, ମତ୍ସ୍ୟଜୀବୀଙ୍କର ଯାତାୟାତ, ବସିବା, ଖାଦ୍ୟପେୟ ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।