ଋଘୁନାଥ ଜୀଉ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନୂତନ ଗୃହ ପ୍ରବେଶ ଓ ସ୍ୱାଗତ ସମ୍ବର୍ଦ୍ଧନା

ଗଣିଆ, (ବିଶ୍ୱରଂଜନ ସେଠି) ଶିକ୍ଷାର ଆଲୋକରେ ମଣିଷ ଆଲୋକିତ ହୁଏ । ଜ୍ଞାନ ଗାରିମାରେ ତାର ଚିତବୃତି ଉଦଭାଷିତ ହୁଏ । ଜ୍ଞାନ ସହିତ ଅବବୋଧ ଓ ଆବେଗ ଶକ୍ତି ବିକଶିତ ହୁଏ । ବିଚାର ଶକ୍ତି ଉନ୍ନତି ସହିତ ସୁମଣିଷ ଓ ସୁନାଗରିକ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଗଣିଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁରୁବାର ଦିନ ଗୃହ ପ୍ରବେଶ ଓ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଣିଆ ବ୍ଳକର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପ ଚନ୍ଦନ ଲଗାଇ ସ୍ୱାଗତ କରାଯାଇଥିଲା ପରେ ବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସଳୀଳା ସେଠୀଙ୍କ ସଭାପତିତ୍ୱରେ ଗୃହ ପ୍ରବେଶ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟ କରାଯାଇଥିଲା ।

ସଂସ୍କୃତ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବାବେଳେ ଓଡ଼ିଆ ବିଭାର ଅଧ୍ୟାପିକା ଶାନ୍ତିଲତା ବେହେରା, ଇତିହାସ ବିଭାଗର ଅଧ୍ୟାପକ ତାରିଣୀ ପ୍ରସାଦ ଆଚାର୍ଯ୍ୟ, ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପିକା ଧରାତ୍ମଜା ପ୍ରଧାନ, ତର୍କଶାସ୍ତ୍ର ବିଭାଗର ଅଧ୍ୟାପକ ସୁନିଲ କୁମାର ନାୟକ, ଶିକ୍ଷା ବିଭାଗର ଅଧ୍ୟାପିକା ଦିପ୍ତିମୟୀ ବେହେରା, ସମାଜ ବିଜ୍ଞାନର ଅଧ୍ୟାପକ ପ୍ରଶନ୍ନ କୁମାର ସାହୁ ଓ ଶାରିରୀକ ଶିକ୍ଷକ ଶେଷଦେବ ରାଉତ ଉପସ୍ଥିତ ରହି ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଭାଷଣ ମାଧ୍ୟମରେ ସେମାନଙ୍କ ଉତମ ଭବିଷ୍ୟତ କାମନା କରି ଶୃଙ୍ଖଳିତ ବିଦ୍ୟାର୍ଥୀ ହୋଇ କଲେଜର ନାମକୁ ଉଜ୍ୱଳିତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ବିଦ୍ୟାଳୟର ନୀତି ନିୟମ ସରକାରଙ୍କ ଦ୍ୱାରା ମୁକ୍ତରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଛାତ୍ରବୃତି ଆମ୍‌ô ସୁରକ୍ଷା ଶିବିର ଏନଏସଏସ ଇତ୍ୟାଦି ବିଷୟରେ ଅବଗତ କରାଯାଇଥିଲା । ପିଲାମାନଙ୍କ କିପରି ଭବିଷ୍ୟତ ନିଜ ବିଦ୍ୟାଳୟ ଓ ତାଙ୍କ ପାଠପଢାକୁ ନେଇ ସେ ସାରା ଓଡ଼ିଶାରେ ପରିଚିତ ହୋଇପାରିବେ ସେ ସଂପର୍କରେ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ପିଲାମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ପ୍ରଥମ ଦିବସରେ ଏକ ଭାବମୟ ପରିବେଶରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଖୁସୀବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ମୁଖ୍ୟ ପ୍ରଫୁଲ କୁମାର ମହାରଣା, ଓ ଭରତ କୁମାର ସାହୁ , କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ପରିଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଅର୍ଚ୍ଚନା ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।