ଏଆରଟେଲ ଟାୱାରରୁ ବ୍ୟାଟିର ଚୋରିକରି ଜଣେ କୋର୍ଟଚାଲାଣ

ଗଣିଆ ( ବିଶ୍ୱରଂଜନ ସେଠି) ନୟାଗଡ ଜିଲ୍ଲା ଗଣିଆ ଥାନା ବେଲପଡ଼ାପାଟଣା ଗ୍ରାମରେ ଥିବା ଏଆରଟେଲ ଟାୱାରରୁ ଚଳିତ ମାସ ୬ ତାରିଖରେ ସତଟି ବ୍ୟାଟେରୀ ଚୋରି ହୋଇଥିବା ଗତ ୮.୯. ୨୫ତାରିଖ ଦିନ ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଭିତ୍ତିକରି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଏ.ଏସ.ଆଇ ମନୋରଞ୍ଜନ ପ୍ରଧାନ, ଏ.ଏସ.ଆଇ ଦେବାଶିଷ ସେଠି ୧୪ ତାରିଖରେ ବେଲପଡାପାଟଣା ଗ୍ରାମର ଥିବା ଟାୱାର ନିକଟରେ ପହଂଚି ତନାଘନା ଜାରି ରଖିଥିଲେ । ଏପରିକି ଗଣିଆର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ । ସନ୍ଦେହରେ ଗତକାଲି ରବିବାର ଦିନ ଗଣିଆ ଥାନା ଅଧିକାରୀ ବେଲପଡା ଗ୍ରାମ ତଅଁଳାସାହିର ମିଥୁନ ବେହେରା (୩୪ )ବର୍ଷ ଙ୍କୁ ଟାୱାର ନିକଟରେ ଥିବା ଏକ ଅନାବନା ନଟିରୁ କାବୁ କରି ଗଣିଆ ଥାନାକୁ ଆଣିଥିଲେ । ଥାନାରେ ଅଧିକ ପଚରାଉଚରା କରିବା ପରେ ମିଥୁନ ଟାୱାରରୁ ବ୍ୟାଟିରି ଚୋରି କେଉଁଭଳି କରିଥିଲା ଥାନା ଅଧିକାରୀଙ୍କ ପାଖରେ ସବୁ କହିଥିଲା । ମିଥୁନ ସମୁଦାୟ ୭ ଗୋଟି ବ୍ୟାଟେରୀ ଚୋରି କରିଥିବା ବେଳେ ପାଖରେ ୪ ଟା ବ୍ୟାଟେରୀ ରଖିଥିବା ବେଳେ ବେଲପଡା ଗ୍ରାମର ବାବୁଲି ସାହୁଙ୍କୁ ତିନିଟା ବିକି ଦେଇଥବା କହିଥିଲା .। ଥାନା ଅଧିକାରୀ ବାବୁଲିକୁ ପଚରାଉଚରା କରିବା ପରେ ସେ ଦୁଇଟା ତରଲେଇ ଦେଇଥିବା ବେଳେ ଗୋଟିଏ ଭାଙ୍ଗିଦେଇଥିବା କହିଥିଲା । ତେବେ ଅଧା ଭଙ୍ଗା ହୋଇଥିବା ବ୍ୟାଟେରୀକୁ ଜବତ କରିବା ସହିତ ସମୁଦାୟ ୫ ଗୋଟି ବ୍ୟାଟେରୀ ଗଣିଆ ଥାନାରେ ରଖିଥିବା ଥାନା ଅଧିକାରୀ କହିଛନ୍ତି । ସୋମବାର ଦିନ ୧୨୫/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମିଥୁନ ବେହେରାକୁ ଦଶପଲ୍ଲା କୋର୍ଟକୁ ଚାଲାଣ କରାଯଇଥିବା ଥାନା ଅଧିକାରୀ କହିଛନ୍ତି ।

ନୟାଗଡ଼ରୁ ବିଶ୍ୱରଂଜନ ସେଠି HRTV ODIA