ଏମିତି ଏକ ଦେଶ ଅଛି , ଯେଉଁଠି ବର୍ଷକ ୧୨ ନୁହେଁ , ୧୩ ମାସ
ଜାଣିବା କଥା-ବର୍ଷକ ୧୨ ମାସ , ଏ କଥା ସମସ୍ତେ ତ ଜାଣନ୍ତି , କିନ୍ତୁ ଦୁନିଆରେ ଏମିତି ଏକ ଦେଶ ଅଛି , ଯେଉଁଠି ବର୍ଷକ ୧୨ ନୁହେଁ , ୧୩ ମାସ। ଆଉ ଏହି ଦେଶ ଦୁନିଆଠାରୁ ୭ ବର୍ଷ ପଛରେ ଚାଲୁଛି। ସେଠି ଏବେ ୨୦୨୫ ନୁହେଁ ଚାଲିଛି ୨୦୧୭ ମସିହା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହି ଦେଶ ହେଉଛି ଇଥିଓପିଆ।ପୂର୍ବ ଆଫ୍ରିକାରେ ରହିଛି ଇଥିଓପିଆ ଦେଶ। ଇଥିଓପିଆରେ ୧୩ ମାସରେ ଗୋଟିଏ ବର୍ଷ ହୁଏ। ଆଉ ଏହି ୧୩ ନମ୍ବର ମାସର ନାଁ ହେଲା ପଗୁମେ। ଏହି ମାସରେ କେବଳ ୫ କିମ୍ବା ୬ ଦିନ ହୋଇଥାଏ। ୧୩ ମାସ ହେବା ଯୋଗୁଁ ସାରା ଦୁନିଆଠୁ ୭ ବର୍ଷ ପଛରେ ଚାଲେ ଏହି ଦେଶ। ଏହାର କାରଣ ହେଲା ଇଥିଓପିଆ ନିଜର ଏକ ପ୍ରାଚୀନ କ୍ୟାଲେଣ୍ଡରକୁ ଅନୁସରଣ କରେ। ଯାହାର ନାଁ ଜି-ଇଜ୍ (Geʽez) ଯେଉଁଥିରେ ବର୍ଷକ ୧୨ ମାସ ନୁହେଁ ବରଂ ୧୩ ମାସ।