ଓଡ଼ିଆ ପକ୍ଷ ଅବସରରେ ପାରମ୍ପାରିକ ଖାଦ୍ୟ ମେଳା

ଗଣିଆ (ବିଶ୍ୱରଂଜନ ସେଠି) ଆମ ରାଜ୍ୟର ସଂସ୍କୃତି ଓ ପରମ୍ପରା ହେଉଛି ଆମ ପରିଚୟ । ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପ୍ରିଲ ୧ତାରିଖ ଉତ୍କଳ ଦିବସଠାରୁ ଓଡିଆ ନବବର୍ଷ ପଣାସଂକ୍ରାନ୍ତି ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ”ପାଳନ କରୁଛନ୍ତି । ଏହି ଅବସରରେ ଆଜି ପୂର୍ବାହ୍ନରେ ଗଣିଆ ବ୍ଳକ ପରିସରରେ ଏପ୍ରିଲ-୧୩କୁ “ପାରମ୍ପାରିକ ଖାଦ୍ୟ ଦିବସ- ଆମ ରଚି ଆମ ଖାଦ୍ୟ” ରୂପେ ବହୁ ଆଡ଼ମ୍ବରରେ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗଦାନ କରିଥିବାବେଳେ ଏବିଡିଓ ରତନଲାଲ ଲୋହରା, ବ୍ଲକ ଉପାଧ୍ୟକ୍ଷ ରାଜ କିଶୋର ସାହୁ ,ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ବିପିସି ମିଶନ ଶକ୍ତି ପ୍ରଭାକର ଦାସ, ବିପିଏମ ଅମ୍ବିକା ପ୍ରସାଦ ମିଶ୍ର, ବିଏଲସି ସୁନିତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ଗଣିଆ ବ୍ଳକର ବିଭିନ୍ନ ପଂଚାୟତରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କ ଦ୍ୱାରା ଓଡ଼ିଆ ଜାତି ପରମ୍ପରା କୁହାଯାଉଥିବା ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା ପ୍ରଦର୍ଶନ କରାଯାଇଥିଲା ।