କଟକ ସଦର ବିଧାନସଭାର ୪୨ ମୌଜାରେ ଅଚାନକ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଆଜି କଟକ ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବିଶାଳ ଶୋଭାଯାତ୍ରାରେ ଯାଇଥିଲେ । କଟକ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ହଠାତ୍‌ ୧୧ଟାବେଳେ ୪୨ ମୌଜା ମୁଖେ ଗଡ଼ିଥିଲା। ଏକଥା ଜାଣିବା ପରେ କଟକ ଜିଲା ସାଧାରଣ ଓ ପୋଲିସ ପ୍ରଶାସନ ବେଶ୍‌ ସକ୍ରିୟ ହୋଇ ଉଠିଲା। ୫୦ରୁ ଊର୍ଦ୍ଧ୍ୱ ସରକାରୀ ଗାଡ଼ି ଏହି ତ୍ରିରଙ୍ଗା ରାଲିରେ ଯାଉଥିବା ଦେଖାଯାଇଥିଲା। ଏକ ଖୋଲା ଗାଡ଼ିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଖୋଲା ଜିପ୍‌ରେ ହାତ ହଲାଇ ସାଧାରଣ ଲୋକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ।ସ୍ଥାନେ ସ୍ଥାନେ ମହିଳାମାନେ ପୁଷ୍ପ ଓ ଦୀପ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ବନ୍ଦାପନା କରିଥିଲେ ।