କମିଲା ବନ୍ୟାଜଳ , ହୀରାକୁଦ ବନ୍ଦ କଲା ୪ ଗେଟ୍
ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି ମିଶି ସମୁଦାୟ ୬ଟି ସ୍ଲୁଇସ ଗେଟ୍କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ୍ ୧୧ଟି ସ୍ଲୁଇସ୍ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।