କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ବାଲି କାଢ଼ିବା ନେଇ ASIର ତଦାରଖ
କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ନେଇ ASIର ତଦାରଖ । ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପ୍ରସଙ୍ଗରେ ASI ଗ୍ରହଣ କରିଛି ବଡ଼ ପଦକ୍ଷେପ । ମନ୍ଦିର ଭିତରୁ ବାଲି ବାହାର କରିବା କାର୍ଯ୍ୟର ଅନୁଧ୍ୟାନ ପାଇଁ ASIର ଏଡିଜିଙ୍କ ନେତୃତ୍ୱରେ ୧୦ ଜଣିଆ ବିଶେଷଜ୍ଞ ଟିମ୍ କୋଣାର୍କ ପରିଦର୍ଶନ କରିଛନ୍ତି । ବର୍ଷ ବର୍ଷ ଧରି ମନ୍ଦିର ଗର୍ଭଗୃହ ଭିତରେ ରହିଥିବା ବାଲି କାଢ଼ିବା ପ୍ରକ୍ରିୟା ଅତ୍ୟନ୍ତ ସମ୍ବେଦନଶୀଳ । ଏହାଦ୍ୱାରା ମୂଳ ଗଠନ ଉପରେ କୌଣସି ପ୍ରଭାବ ପଡ଼ିବ କି ନାହିଁ, ସେ ନେଇ ସ୍ୱତନ୍ତ୍ର ନଜର ରଖାଯାଇଛି । ଐତିହାସିକ ଗଠନକୁ ସୁରକ୍ଷିତ ରଖି ବାଲି ବାହାର କରିବାର ସଠିକ୍ ଉପାୟ ନିର୍ଦ୍ଧାରଣ କରିବା । ଟିମ୍ ସମୀକ୍ଷା ପରେ ସଂରକ୍ଷଣ କାର୍ଯ୍ୟକୁ ଆହୁରି ବ୍ୟାପକ ଓ ମଜବୁତ କରାଯିବ ।