ସମାଜସେବୀ ରବୀନ୍ଦ୍ର ମହାନ୍ତିଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା -୨୧/୮ )ବିଶିଷ୍ଟ ସମାଜସେବୀ, ସାହିତ୍ୟ ଓ ସଂସ୍କୃତି ପ୍ରେମୀ,ଧର୍ମପ୍ରାଣ ରବୀନ୍ଦ୍ର ନାଥ ମହାନ୍ତିଙ୍କ ଦ୍ଵାଦଶାହ ତିଥିରେ ବାଲିପଡ଼ିଆ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୀତିକାର ବିଶ୍ୱେଶ୍ୱର ମିହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ସ୍ମୁତି ଉତ୍ସବରେ ଯୋଗଦେଇ ସ୍ବର୍ଗତ ରବୀନ୍ଦ୍ର ମହାନ୍ତିଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋଚନା ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଅକ୍ଷୟ କୁମାର ପାଣି, ପୂର୍ବତନ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଶିକ୍ଷାବିତ ସତ୍ୟନାରାୟଣ ମହାନ୍ତି,ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ଜଗବନ୍ଧୁ ସେଠୀ, କାମିନୀକାନ୍ତ ମହାନ୍ତି,କବି ଅର୍ଜ୍ଜୁନି ବିହାରୀ,ରାମଚନ୍ଦ୍ର ମହାପାତ୍ର,କାର୍ତ୍ତିକ ଚନ୍ଦ୍ର ମହାନ୍ତି,ସାହିତ୍ୟିକ ଅଖିଳେଶ ମହାନ୍ତି, ସ୍ୱାଧୀନ ମହାନ୍ତି, ସରପଞ୍ଚ ଶାରଦା ପ୍ରସାଦ ମହାନ୍ତି, ଶଶିଭୂଷଣ ମହାନ୍ତି, ସମରେନ୍ଦ୍ର ମହାନ୍ତି, ସାମ୍ବାଦିକ ଅଶୋକ ଦାଶ, ସୁବାସ କର,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ବାଲିପଡ଼ିଆ ଗାଁ’ର ମୁରବୀ ରବି ମହାନ୍ତି (ହାଡ଼ିଆ ଭାଇ)ଙ୍କ ସମାଜପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ସ୍ମୁତି ଉତ୍ସବକୁ ଡକ୍ଟର କେଶବ ଚନ୍ଦ୍ର ମହାନ୍ତି, ବାଉରୀବନ୍ଧୁ ମହାନ୍ତି, ମନୋରଞ୍ଜନ ମହାନ୍ତି, ଲକ୍ଷ୍ମଣ ମହାନ୍ତି, ଅଶୋକ ମହାନ୍ତି, ପ୍ରମୁଖ ପରିଚାଳନା କରିବା ଦେଖିବାକୁ ମିଳିଥିଲା l