SBI ଗ୍ରାହକଙ୍କ ପାଇଁ ଅକ୍ଟୋବର ୧ରୁ କ୍ୟାଶ୍ ଉଠାଇଲେ ଲାଗିବ ୧୫ ଟଙ୍କାର ଚାର୍ଜ
SBI ନିଜର Basic Savings Bank Deposit (BSBD) ଆକାଉଣ୍ଟରୁ ବ୍ରାଞ୍ଚ ଜରିଆରେ କ୍ୟାଶ୍ ଉଠାଇବା ନେଇ ସୁଳ୍କ/ଚାର୍ଜରେ ପରିବର୍ତ୍ତନ କରିଛି। ନୂଆ ନିୟମ ୧ ଅକ୍ଟୋବର ୨୦୨୬ ରୁ ଲାଗୁ ହେବ। ଏହା ଅଧୀନରେ ଗ୍ରାହକମାନେ ମାସକୁ ଚାରି ଥର ପର୍ଯ୍ୟନ୍ତ ବ୍ରାଞ୍ଚରୁ ମାଗଣାରେ କ୍ୟାଶ୍ ଉଠାଇପାରିବେ। ଏଥିପାଇଁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଯଦି ମାସକୁ ଚାରି ଥରରୁ ଅଧିକ ଥର କ୍ୟାଶ୍ ଉଠାଯାଏ, ତେବେ ପରବର୍ତ୍ତୀ ପ୍ରତ୍ୟେକ ଥର ଟଙ୍କା ଉଠାଇବା ଉପରେ ଚାର୍ଜ ଦେବାକୁ ପଡ଼ିବ।ଚାରୋଟି ଫ୍ରି କ୍ୟାଶ୍ ଉଠାଣ ପରେ ପ୍ରତ୍ୟେକ ଅତିରିକ୍ତ କ୍ୟାଶ୍ ଉଠାଣ ଉପରେ ୧୫ ଟଙ୍କାର ଚାର୍ଜ ଲାଗିବ। ଏହା ଉପରେ ଲାଗୁ ହେଉଥିବା GST ମଧ୍ୟ ଦେବାକୁ ପଡ଼ିବ।ସୂଚନାଯୋଗ୍ୟ ଯେ, Basic Savings Bank Deposit Account ଅର୍ଥାତ୍ BSBD ହେଉଛି ଏପରି ଏକ ବ୍ୟାଙ୍କ ଆକାଉଣ୍ଟ, ଯାହା ସାଧାରଣ ଏବଂ ଜରୁରୀ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦେବା ପାଇଁ ତିଆରି କରାଯାଇଛି। ଏଥିରେ ଗ୍ରାହକଙ୍କୁ ସେଭିଙ୍ଗ୍ସ ଆକାଉଣ୍ଟ ଭଳି ମୌଳିକ ସୁବିଧାସୁଯୋଗ ମିଳିଥାଏ ଏବଂ ସାଧାରଣତଃ ସର୍ବନିମ୍ନ ବାଲାନ୍ସ (ମିନିମମ୍ ବାଲାନ୍ସ) ରଖିବାର ଆବଶ୍ୟକତା ନଥାଏ।