ଲଘୁଚାପ ବର୍ଷା,ଉଜାଡି ଦେଲା ଚାଷୀଙ୍କ ଫସଲ,କ୍ଷତିପୂରଣ ପାଇଁ ବ୍ଲକ କଂଗ୍ରେସ ର ଦାବିପତ୍ର
ମାହାଙ୍ଗା -୨୧/୮ )ଚଳିତ ବର୍ଷ ଦୁଇ ମାସ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମାହାଙ୍ଗା ଅଂଚଳ ଦେଇ ଯାଇଥିବା ବିରୂପା, ଗୋବରୀ ମଇଜରା ପ୍ରଭୁତି ନଦୀ ଓ ପାଟନାଳୀ ମାନଙ୍କରେ ଭୟଙ୍କର ବନ୍ୟା ଆସିବା ଫଳରେ ମାହାଙ୍ଗା ଅଂଚଳର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଫଳରେ ରୁଆ ଧାନ, ଧାନ ତଳି ଓ ଧାନ ଚାଷ ସମ୍ପୂର୍ଣ ଉଜୁଡିଯାଇଛିବ୍ଲକ ପନିପରିବା ମଧ୍ୟ ତାର ସତ୍ତା ହରାଇଛି l ଅଧିକାଂଶ ଜାଗାରେ ସାଧାରଣ ଲୋକମାନଙ୍କର ବାସଗୃହ ମଧ୍ୟ ଭାଙ୍ଗି ଯାଇଛି l ଗାଈଗୋରୁମାନେ ପଡିଆରେ ଚରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରଶାସନ ତରଫରୁ ଅଦ୍ୟାବଧି ରିଲିଫ, ପଲିଥିନ,ଚୁଡା ଓ ଚାଉଳ ଦିଆଯାଇ ନାହିଁ l ଫଳତଃ ଛୋଟ ଛୋଟ ପିଲାମାନଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି l ଗାଈଗୋରୁ ମାନଙ୍କୁ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି lଏହି ପରିପ୍ରେକ୍ଷୀରେ ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ସଭାପତି ଆଇନଜୀବି ଦୀପକ କୁମାର ମହାନ୍ତିଙ୍କ ନେତୃତ୍ୱରେ ଲଗାଣ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ ଆକଳନ କରି,ଆବଶ୍ୟକୀୟ କ୍ଷତିପୂରଣ ଓ ସହାୟତା ପାଇଁ ଦାବୀ ହୋଇଛି l ଚାଷୀଙ୍କୁ ମାଗଣା ତଳି, ସାର ଓ ବିହନ ଯୋଗାଣ, କୃଷିରୂଣ ଛାଡ, ଗାଈ ଗୋରୁଙ୍କ ପାଇଁ ଗୋଖାଦ୍ୟ ଓ ସଂକ୍ରମଣ ଜନିତ ରୋଗ ପ୍ରତିରୋଧକ ଡାକ୍ତରୀ ସୁବିଧା ଦାବୀରେ କଟକ ଜିଲ୍ଲାପାଳଙ୍କ ଉଧେଶ୍ୟରେ ମାହାଙ୍ଗା ତହସିଲଦାର ଶୁଭାଶିଷ ପାଲଟାଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l. ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ ଯୋଗଦେଇ ତହସିଲଦାର ମହୋଦୟଙ୍କୁ ମାହାଙ୍ଗାର ଅଗଣିତ ଜନ ସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷା ରଖିବା ପାଇଁ କହିଥିଲେ l. ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସେକ ସୌକତ ଅଲି ଓ ସୁକାନ୍ତ କୁମାର ନନ୍ଦ, ସମ୍ପାଦକ ରଞ୍ଜନ ପ୍ରଧାନ, ମାନସ ଦାସ, ଅରୁଣ ନାଥ, ବ୍ଲକ କଂଗ୍ରେସ ସାଙ୍ଗଠନିକ ସାଧାରଣ ସମ୍ପାଦକ ସଂଗ୍ରାମ ସାମଲ, ଅମୁଲ୍ୟ କୁମାର ସିଂହ, ଅମୁଲ୍ୟ କୁମାର ନାୟକ, ଦୁଃଶାସନ ପାଲ, ଅଜୟ କୁମାର ମହାନ୍ତି,ନଳିନୀକାନ୍ତ ନାୟକ ମିତ୍ରଭାନୁ କେଶରୀ, କାର୍ତ୍ତିକ ଚନ୍ଦ୍ର ସିଂହ, ପ୍ରାକ୍ତନ ସମିତି ସଭ୍ୟ ସୁଶୀଲ କୁମାର ପଣ୍ଡା, ରବିନାରାୟଣ ସାହୁ, ଆକାଶ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସ୍ୱାଇଁ, ଈଶ୍ୱର ଚନ୍ଦ୍ର ସେନାପତି,ଗଣେଶ୍ୱର ସ୍ୱାଇଁ, ଦୀପକ ନାୟକ, ସେକ ଜ଼ାବୀର,ବିଦ୍ୟାଧର ବେହେରା ,ଆଇନଜୀବି ଭଞ୍ଜ କିଶୋର ଖଣ୍ଡାଇ, ମହମ୍ମଦ ଜାଭେଦ ଖାଁ,ସେକ ଅରେଜୁ ଅଲି, ବିଷ୍ଣୁ ଚରଣ ନାୟକ, ବଳରାମ ସ୍ୱାଇଁ ଓ ପୂର୍ଣଚନ୍ଦ୍ର ସେଠି ପ୍ରମୁଖ ଯୋଗଦେଇଥିଲେ l