କାମୁଡ଼ିଲା ବିଷାକ୍ତ ସାପ, ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ
ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି।ଉଦଳା ଏନଏସି ୱାର୍ଡ ନଂ ୧୦ରେ ସ୍ଥିତ ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଗୁଆଳିଭାବେ କାର୍ଯ୍ୟ କରୁଥିବା ମୋଚିରାମ ଟୁଡୁଙ୍କୁ ଗତକାଲି ସଂଧ୍ୟା ପ୍ରାୟ ୮ ସମୟରେ ତାଙ୍କ ଗୋଡ଼ରେ ଏକ ସାପ କାମୁଡ଼ିଥିବାର ଜାଣିବାକୁ ପାଇଥିଲେ ତୁରନ୍ତ ମୋଚିରାମ ଉକ୍ତ ସାପକୁ ଧରିବା ସହିତ ମାରି ଦେଇଥିଲେ। ତେବେ ସାପଟିକୁ ଚିହ୍ନି ନପାରି ମୋଚିରାମ ସିଧା ସାପଟିକୁ ଏକ ପଲିଥିନରେ ପୁରାଇ ସାଇକେଲରେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ । ବର୍ତ୍ତମାନ ମୋଚିରାମ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି ।ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦାସ୍ଥିତ PRM ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।