କିଡିଙ୍ଗ ବେହେରା ପୋଲରେ ଓଲଟିଲା ଧାନ ବୋଝେଇ ଟ୍ରକ

HR tv ଓଡ଼ିଆ /କଳାହାଣ୍ଡି (ଶେଖର ସୁମନ ଦାଶ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ କାଉଗୁଡା ମଝିରେ ଥିବା ବେହେରା ପୋଲରେ ଆଜି ସକାଳୁ ଗୋଟିଏ ଧାନ ବୋଝେଇ ବୋଝେଇ ଟ୍ରକ (ସି ଜି 06 ଜି ୱାଇ 6366 ) ରାସ୍ତା କଡକୁ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଡ୍ରାଇବର ଓ ତାଙ୍କ ସହଯୋଗୀ କର ସାମାନ୍ୟ ଆଘାତ ହୋଇ ଥିବାରୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା କୁ ପଠାଯାଇ ଅଛି
। ଧାନ ବୋଝେଇ ହୋଇ ଯାଉଥିବା ଏହି ଟ୍ରକ ଟି ରାୟପୁର ଛତିଶଗଡ ରୁ ଆନ୍ଧ୍ର ଅଭିମୁଖେ ଯାଉଥିଲାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ତେବେ ଏ ସମ୍ପର୍କରେ ଖବର ପାଇ ସିକେରକୂପା ଫାଣ୍ଡି ପୋଲିସ ଖବର ପାଇ ତଦନ୍ତ କରୁ ଥିବା ଜଣା ପଡିଛି ।