କୋଣାର୍କ: ମାଉସୀ ଘରୁ ଫେରିବା ବାଟରେ ବାଇକ ଦୃର୍ଘଟଣା ରେ ଚାଲିଗଲା ଜୀବନ।
ପୁରୀ ଜିଲ୍ଲା ନିମାପଡ଼ା ଗୋପ ମୁଖ୍ୟରାସ୍ତା ଝମ୍ପୁଲାକୁଦ ନିକଟସ୍ଥ ବଡ୍ରିଖୋଲ ନିକଟରେ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା।ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହେବା ସହିତ ଆଉ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ।ସୂଚନା ଅନୁଯାୟୀ ଗୋପ ଅଞ୍ଚଳ ରୁ ଆସୁଥିବା ଏକ ବାଇକ୍ ଝମ୍ପୁଲାକୁଦ ନିକଟରେ ଏକ ଚାରିଚକିଆ ଜାନକୁ ଓଭର ଟେକ୍ କରିଥିବା ସମୟରେ ସାମ୍ନାରୁ ଆସୁଥିବା ଆଉ ଗୋଟିଏ ବାଇକ୍ ସହ ମୁଂହାମୁହିଁ ଧକା ହୋଇଥିଲା।ତେବେ ଘଟଣା ସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ ନିମାପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ଗୁରୁତର ଥିବା ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।ମୃତ ଯୁବକ ଜଣଙ୍କ ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତ ବରିମୁଣ୍ଡ ଗ୍ରାମର ଦେବାଶିଷ ପଣ୍ଡା(୩୦) ଅନ୍ୟ ଜଣଙ୍କ ହେଉଛନ୍ତି ତୁଳିସୀପୁର ପଞ୍ଚାୟତ ର ଆଗର ଶାସନ ଗ୍ରାମର ତୋଫାନ କାଣ୍ଡି ବୋଲି ଜଣା ପଡିଛି।ମୃତ ଯୁବକ ଜଣକ ପ୍ରତ୍ୟେକ ଦିନ ନିମାପଡ଼ା ଠାରୁ ମାତ୍ର ୫ କିଲୋମିଟର ନିଜର ମାଉସୀ ଘରୁ କ୍ଷୀର ଆଣିବାକୁ ଯାଇ ଫେରୁଥିବା ବେଳେ ନିମାପଡ଼ା ପଟୁ ତୁଳସୀପୁର ପଞ୍ଚାୟତ ର ଆଗରଶାସନ ଗ୍ରାମର ତୋଫାନ କାଣ୍ଡି ଦୃତ ଗତିରେ ଯାଇ ଏକ ଚାରିଚକିଆ ଯାନ କୁ ଓଭରଟେକ କରିବା ସମୟରେ ଘଟିଛି ଘଟଣା।ନିମାପଡା ଥାନା ଦୁଇଟି ଗାଡିକୁ ଜବତ କରି କରୁଛନ୍ତି ତଦନ୍ତ। କୋଣାର୍କ ରୁ ପ୍ରକାଶ କାଣ୍ଡି