ଗିରଫ ହେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ
ବନ୍ଧା ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ସ୍ବତନ୍ତ୍ର କୋର୍ଟ ଚାଲାଣ କରାଯିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଗତକାଲି ରେଡ୍ କରିଥିଲା ଭିଜିଲାନ୍ସ। ବାସଭବନ ସମେତ ୪ଟି ସ୍ଥାନରେ ରେଡ କରିରିଥିଲା।ଭୁବନେଶ୍ୱର ବଡଗଡ଼ରେ ଥିବା ଘର, ବାଲିଅନ୍ତାରେ ଫାର୍ମ ହାଉସ, ରାୟଗଡା ଗୁଣୁପୁର ଧୋବାସାହିରେ ଥିବା ପୈତୃକ ଘର ଓ ଭୁବନେଶ୍ୱର ଅଫିସରେ ରେଡ଼ ହୋଇଥିଲା। ସେହିପରି ରାୟଗଡ଼ା ଜଙ୍ଗମସାହିରେ ତାଙ୍କ ଭାଇଙ୍କ ଘରେ ବି ରେଡ କରିଥିଲା। ଯନ୍ତ୍ରୀଙ୍କୁ ଘରୁ ଉଦ୍ଧାର ହୋଇଥିଲା ବିପୁଳ ପରିମାଣର ନଗଦ ଟଙ୍କା ଓ ସମ୍ପତ୍ତି।୧୦ ରୁ ୧୨ଟି ଆକାଉଣ୍ଟକୁ ଜବତ କରିଛି ଭିଜିଲାନ୍ସ ।
ଚଢ଼ାଉରେ ୬ଜଣ ଡିଏସପି ଓ ୧୦ ଇନ୍ସପେକ୍ଟର ସାମିଲ ହୋଇଥିଲେ । ଭୁବନେଶ୍ୱରରେ ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ, ଭୁବନେଶ୍ୱରରେ ମୂଲ୍ୟବାନ ପ୍ଲଟ, ଗୋଟିଏ ଚାରି ଚକିଆ ଠାବ ହୋଇଛି । ବାଲିଅନ୍ତାରେ ରହିଛି ୧.୫୭ ଏକରର ଫାର୍ମ ହାଉସ । ୨୦୦ ଗ୍ରାମର ସୁନା ଅଳଙ୍କାର ଠାବ । ଭୁବନେଶ୍ୱର ବଡ଼ଗଡ଼ରେ ୪୫୬୦ ବର୍ଗଫୁଟର ତିନି ମହଲା ଘର । ବଡ଼ଗଡ଼ରେ ରହିଛି ଦୁଇଟି ଓ ଖଣ୍ଡଗିରିରେ ଗୋଟିଏ ମୂଲ୍ୟବାନ ପ୍ଲଟ।