ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

ଆଜି ହେଉଛି ଅକ୍ଷୟ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି।୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଟଙ୍କା । ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟ ଗଲା ସିଏମ୍‌ କିଷାନ ଟଙ୍କା । କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ । ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରାଗଲା । ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ୪୧ ହଜାର ୪୯ ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି । ଟଙ୍କା ପାଇବା ପରେ ଚାଷୀଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି ।ସି ଏମ – କିଷାନ ଯୋଜନା କ’ଣ: ସି ଏମ – କିଷାନ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ ସମ୍ବଳରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଥିବା ଏକ କୃଷକ କଲ୍ୟାଣକାରୀ ଯୋଜନା । ରାଜ୍ୟର କୃଷି ପ୍ରଗତିରେ କୃଷକମାନଙ୍କୁ ସାମିଲ କରିବା ସହିତ ସେମାନଙ୍କୁ ସଶକ୍ତ କରିବା ଏହି ନାମମାତ୍ର ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସହ ଯୋଜନାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନାରେ ରାଜ୍ୟର ଶତକଡା ୯୨ ଭାଗ କ୍ଷୁଦ୍ର ଓ ଭୂମିହୀନ କୃଷି ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଶେଷ ଭାବରେ ଧ୍ୟାନ ଦିଆଯାଇଛି।