ଜମିରେ ଚିତୋଉ ପୋତି ପୂଜାକଲେ ଚାଷୀ ଅର୍ଜୁନ
ଗଣିଆ (,ବିଶ୍ୱରଞ୍ଜନ ସେଠି) ପବିତ୍ର ଚିତାଲାଗି ଅମାବାସ୍ୟା ଉପଲକ୍ଷେ ଗଣିଆ ବ୍ଳକର ଚାଷୀମାନେ ଜମିରେ ପୂଜାର୍ଚ୍ଚନା ପୂର୍ବକ ଚିତୋଉ ପୋତିଛନ୍ତି । ଚାଷୀମାନେ ଫୁଲ, ଦୀପ, ଧୁପ,ସିନ୍ଦୁର ଓ ଚିତୋଉ ପିଠା ନେଇ କ୍ଷୀରଚାଉଳ ଦେଇ ପୁଜା କରିଥିଲେ । ପରେ ଏହି ଚିତୋଉ ପିଠାକୁ ମାଟି ମା’ ଉଦ୍ଦେଶ୍ୟରେ ମାଟିରେ ପୋତିଥିଲେ । ଚିତାଲାଗି ଅମାବାସ୍ୟ ପୂର୍ବରୁ ଚାଷୀମାନେ ଧାନ ବିହୁଡ଼ା, ରୁଆଆଦି କାମ ଶେଷକରି ଭଲ ଧାନ ହେବା ଆଶାରେ ମାଟିମା ଓ ଲକ୍ଷ୍ମୀଠାକୁାଣୀଙ୍କ ଉଦ୍ଦେଶ୍ୟରେ ଏହି ପୂଜା କରିଥାନ୍ତି । ପରମ୍ପରାକ୍ରମେ ପୁରୁଷାନୁକ୍ରମିକଭାବରେ ଏହି ପର୍ବକୁ ଚାଷୀମାନେ ପାଳନ କରିଆସୁଛନ୍ତି । ଚିତାଲାଗି ଅମାବାସ୍ୟାରେ ଅଣଲେଉଟା ଚକୁଳିକୁ ଚିତୋଉଭାବରେ ପୂଜା କରିବା ଏହି ପର୍ବର ପଂରମ୍ପରା ବୋଲି ଚାଷୀ ଅର୍ଜୁନ ରଣା କୁହନ୍ତି । ଚିତାଲାଗି ଅମାବାସ୍ୟାରେ ଗଣିଆ ଅଂଚଳର ପ୍ରତ୍ୟେକ ମନ୍ଦିରରେ ଠାକୁରଙ୍କ ପାଖରେ ପୁଜାର୍ଚ୍ଚନା କରାଯାଇଥିଲା ।