ଜାତୀୟ ଜନଗଣନା ରେ ଓବିସିଙ୍କ କଲମ ଉଛେଦ ବିରୋଧ ରେ ସ୍ୱର ଉଠାଇଲା ଓବିସି ସଙ୍ଘ
ଚନ୍ଦାହାଣ୍ଡି – ତା ୨୨/୦୫( ପୀତାମ୍ବର ସୋରୀ ) ଜାତୀୟ ଜନଗଣନା ରେ ଓବିସି ବର୍ଗଙ୍କ କଲମ ନ ଥିବା ଯୋଗୁଁ, ଏହାର ବିରୋଧରେ ସ୍ୱର ଉଠାଇଛି ଓବିସି ସଂଗଠନ l ଆଜି ଚନ୍ଦାହାଣ୍ଡି ଅଞ୍ଚଳର ଓବିସି ବର୍ଗର ସମସ୍ତ ସଦସ୍ୟ ସରକାର ଙ୍କ ଏଭଳି ଓବିସି ବିରୋଧୀ କାର୍ଯ୍ୟକଳାପ ଉପରେ କ୍ଷୁବ୍ଧ ହୋଇ ଏକ ମେଳି ହୋଇ ସରକାରଙ୍କ ମନମୁଖୀ ଜନଗଣନା କାର୍ଯ୍ୟ କୁ ବିରୋଧ କରି ବିଭିନ୍ନ ସ୍ଲୋଗାନ ଓ ନାରା ଦେଇ ଜନଗଣନା ତାଲିକାରେ ଓବିସି ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖିବା ନେଇ ସ୍ଥାନୀୟ ଚନ୍ଦାହାଣ୍ଡି ତହସିଲଦାର ଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିବା ଦେଖିବାକୁ ମିଳିଥିଲା l ତେବେ ବର୍ତ୍ତମାନ ଜନଗଣନା ତାଲିକାରେ ସରକାର ଓବିସି ଙ୍କ ପାଇଁ ସ୍ଥାନ ନ ରଖି ସାଧାରଣ ବର୍ଗ ଓ ଓଵିସୀଙ୍କୁ ଏକତ୍ର ଅନ୍ୟାନ୍ୟ କଲମରେ ସ୍ଥାନିତ କରି ଏକ ପାଖିଆ ଓବିସି ଙ୍କୁ ଜନଗଣନା ରେ ନିଶ୍ଚିହ୍ନ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇ ଚକ୍ରାନ୍ତ କରିଛନ୍ତି ବୋଲି ଓବିସି ମଞ୍ଚ ପ୍ରକାଶ କରି ଅଛନ୍ତି l ତେବେ ବର୍ତ୍ତମାନ ଦେଶରେ ୫୨% ପ୍ରତିଶତ ରୁ ଅଧିକ ସଂଖ୍ୟାରେ ପଛୁଆ ବର୍ଗ ରହୁଥିଲେ ହେଁ ସେମାନଙ୍କର ଗଣନା ହେଉନଥିବା ବେଳେ ଏଥିନେଇ ସଂଗଠନ ପକ୍ଷରୁ ବାରମ୍ବାର ଜନଗଣନା ପାଇଁ ଦାବୀ ହୋଇଥିଲା l ତେବେ ଚଳିତ ୨୦୨୬ ଜନଗଣନା ରେ ଓବିସି ବର୍ଗଙ୍କ ପାଇଁ ଜନଗଣନା ତାଲିକାର ସାରଣୀରେ ନାଁ ନଥିବା ବେଳେ ଓବିସି ବର୍ଗଙ୍କୁ ଅନ୍ୟାନ୍ୟ ତାଲିକାରେ ନାମ ସ୍ଥାନିତ କରିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି l ତେବେ ଆଜି ସ୍ଥାନୀୟ ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୁଟ୍ରୁକାଙ୍କୁ ଏ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ହୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓଡିଶା ଓ ଅନୁଡୁଚିତ ଜାତି, ଜନଜାତି ଓ ପଛୁଆଁବର୍ଗ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଓବିସି ସଂଗଠନ ତରଫରୁ ଦିଆଯାଇଥିବା ବେଳେ ତୁରନ୍ତ ଜନଗଣନା ତାଲିକାରେ ଓବିସି ଙ୍କ ପାଇଁ ସ୍ୱତନ୍ତ୍ରଭାବେ ଏକ ଅଲଗା ସାରଣୀ ରଖି ଜନଗଣନା କରିବାକୁ ଦାବୀ କରିଛନ୍ତି l ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଅଞ୍ଚଳର ଓବିସି ବର୍ଗଙ୍କ ତରଫରୁ ପୁରୁଷୋତ୍ତମ ପାରି, ମସ୍ତରାମ ବଗର୍ତ୍ତୀ, ମଧୁସୂଦନ ନାଗେଶ,ମହେଶ୍ୱର ଦାସ, କମଲୁ ମନହିରା, ଭୋଜରାମ ସିହ୍ନା, ମହେନ୍ଦ୍ର ନାୟକ, ପବିତ୍ର ବାଘ, ଗୌରହରି ନାୟକ, କୈଳାସ ନାୟକ, ଚନ୍ଦ୍ର ଗହୀର,ଶୋଭାସିଂ ପୋଡ଼, ମନୀଷ ବିଶି,କଣ୍ଠେଶ୍ଵର ନାୟକ, ଯୁଧିଷ୍ଠିର ଚଣ୍ଡୀ,ଭୋଦେବ ବାଘ, ସୁବଳ ବାଘ, କମଲୁ ପୁଞ୍ଜି ପ୍ରମୁଖ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ l