ଜାମୁସାହିକୁ ସ୍ୱତନ୍ତ୍ର ପରିଚୟ ଦେଇଛି ବାଇଗଣ ଚାଷ
-ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତର ଜାମୁସାହି |ଏହାର କାର୍ଯ୍ୟପନ୍ଥା ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି |ଜାମୁସାହିର ପ୍ରସିଦ୍ଧ ବାଇଗଣ ସମସ୍ତ ବାଇଗଣଠୁ ନିଆରା ଏବଂ ସ୍ୱାଦଯୁକ୍ତ |ଏହି ବାଇଗଣ ଯୋଗୁଁ ଜାମୁସାହିର ସମସ୍ତ ଚାଷୀମାନେ ନିର୍ଭର କରନ୍ତି |ଏହି ବାଇଗଣର ସ୍ୱତନ୍ତ୍ରତା ଅନ୍ୟ କୌଣସି ବାଇଗଣରେ ପାଇବେନି |ଏହି ବାଇଗଣ ଏତେ ସ୍ୱାଦପୂର୍ଣ୍ଣ ଯେ ଥରେ ଯିଏ ଖାଇଛି ସେ ବାରମ୍ବାର ଏହି ବାଇଗଣକୁ ଖୋଜିବ |ଚାଷୀ ପ୍ରସନ କୁମାର ଜେନା କୁହନ୍ତି ତାଙ୍କ ବାଇଗଣ ନେବା ପାଇଁ ସୁଦୂର କଲାହାଣ୍ଡି, କୋରାପୁଟ,ଭଦ୍ରକ, ପୁରୀରୁ ଲୋକମାନେ ଅର୍ଡ଼ର କରନ୍ତି ତତ ସହିତ ଖୋର୍ଦ୍ଧାଜିଲ୍ଲାରେ ଏହି ବାଇଗଣର ଚାହିଦା ଉଚ୍ଚସ୍ତରରେ |ଏହି ବାଇଗଣ ଆକାରରେ ପାଖା ପାଖି ଗୋଟେକୁ ଚାରିଶହରୁ ପାଞ୍ଚଶହ ଗ୍ରାମ ରହେ ଯାହାକି ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ |ଏହି ବାଇଗଣର ସ୍ୱତନ୍ତ୍ରତା ହେଉଛି ଏହା କେବଳ ଜାମୁସାହିରେ ହିଁ ହୁଏ ଅନ୍ୟ ଜାଗାରେ ଏହାକୁ ଲଗାଇଲେ ଏହା ସେଠାରେ ଫଳେ ନାହିଁ |ତେଣୁ ସ୍ୱତନ୍ତ୍ର ଜଳବାୟୁ ଏବଂ ଅଭିଜ୍ଞ ଚାଷୀ ଏହାକୁ ଚାଷ କରନ୍ତି |ଜାମୁସାହିର ସମସ୍ତ ଚାଷୀମାନେ ସରକାରଙ୍କୁ ଅନୁରୋଧ କରୁଛନ୍ତି ଯେ ସରକାର କିପରି କିଛି ସାହାଯ୍ୟ ସୁଭିଧା ସହିତ ଜାମୁସାହି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତାପାଇଁ ଅନୁରୋଧ ବ୍ୟକ୍ତ କରିଛନ୍ତି ତତ ସହିତ ଏହି ସ୍ୱତନ୍ତ୍ର ବାଇଗଣର ପରମ୍ପରା କିପରି ଆଗକୁ ବଢିବ ସେଥିପ୍ରତି ସରକାର ସହାନୁଭୂତିର ହାତ ବଢ଼ାନ୍ତୁ |