ଟିଫିନରେ ଆମିଷ ଆଣିଥିଲେ ବୋଲି ଛାତ୍ରଙ୍କୁ ସ୍କୁଲରୁ ବାହାର କରିଦେଲେ ପ୍ରିନ୍ସିପାଲ
ଉତ୍ତରପ୍ରଦେଶର ଆମରୋହା ସ୍ଥିତ ଏକ ଘରୋଇ ବିଦ୍ୟାଳୟର ପ୍ରିନ୍ସିପାଲ୍ ଜଣେ ଛାତ୍ରଙ୍କୁ ତାଙ୍କର ଟିଫିନ୍ ବକ୍ସ ପାଇଁ ସ୍କୁଲରୁ ବାହାର କରିଦେବା ଘଟଣା ଏବେ ଖବରରେ ।ତେବେ ଭାଇରାଲ୍ ଭିଡ଼ିଓରେ ଶୁଣିବାକୁ ମିଳୁଛି ଯେ, ପ୍ରିନ୍ସିପାଲ ଛାତ୍ରଙ୍କ ମାଆଙ୍କୁ କହୁଛନ୍ତି- “ଆପଣଙ୍କ ପୁଅ ଅନ୍ୟ ପିଲାମାନଙ୍କୁ ନନ୍-ଭେଜ୍ ଖାଇବାକୁ କହୁଛି ଏବଂ ସେମାନଙ୍କୁ ଇସଲାମରେ ପରିଣତ ହେବାକୁ ଶିଖାଉଛି। ଆମେ ପିଲାମାନଙ୍କୁ ଏପରି ନୈତିକ ଶିକ୍ଷା ଦେବାକୁ ଚାହୁଁ ନାହୁଁ, ଯାହା ଆମ ମନ୍ଦିରକୁ ଭାଙ୍ଗିଦେବ ଏବେ ପ୍ରିନ୍ସିପାଲ କିନ୍ତୁ ନିଜ ଜିଦିରେ ଅଟଳ । ଏପରି ପିଲାକୁ ପାଠନପଢାଇବାକୁ ଅଡି ବସିଛନ୍ତି । ନର୍ସରୀ ଛାତ୍ର ଜଣକ ତାଙ୍କ ଲଞ୍ଚ୍ ବକ୍ସରେ ଶାକାହାରୀ ଖାଦ୍ୟ ନଆଣି ଅମିଷ ଖାଦ୍ୟ ଆଣିଥିବାରୁ ପ୍ରିନ୍ସିପାଲ୍ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।