ନାବାଳିକା ଦୁଷ୍କର୍ମ ମାମଲାରେ ଫସିଲେ ୟଶ ଦୟାଲ

ଆଇପିଏଲ ଚାମ୍ପିଅନ୍‌ ଆରସିବିର ଦ୍ରୁତ ବୋଲର ୟଶ ଦୟାଲଙ୍କ ଅଡ଼ୁଆ ବଢ଼ିଲା । ତାଙ୍କ ନାଁରେ ପକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ୟଶ ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟରର ପ୍ରଲୋଭନ ଦେଖାଇ ଏବଂ ବ୍ଲାକମେଲିଂ କରି ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିଲେ।ପ୍ରଥମ ଥର ଝିଅଟି ସହ ଶାରୀରିକ ସମ୍ପର୍କ ରଖିବା ବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଏଥିପାଇଁ ପୁଲିସ୍‌ ପୋକସୋ ଆକ୍ଟରେ ଏବେ ମାମଲା ରୁଜୁ କରିଛି। ପୁଲିସ୍‌ ଏବେ ଘଟଣା ତଦନ୍ତ ଆରମ୍ଭ କରିଥିବା ବେଳେ ଦୟାଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏହାପୂର୍ବରୁ ଜଣେ ଯୁବତୀ ଦୟାଲଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ସେ ‌ଉତ୍ତର ପ୍ରଦେଶ ପୁଲିସ୍‌ର ଦ୍ୱାରସ୍ଥ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ତେବେ ନିକଟରେ ଆହ୍ଲାବାଦ ହାଇକୋର୍ଟ ଦୟାଲଙ୍କ ଗିରଫଦାରୀ ଉପରେ ରୋକ ଲଗାଇ ଦେଇଛନ୍ତି।