ପୋଲ ପାଖରେ ଭାସୁଥିବା ଅବସ୍ଥାରେ ଯୁବତୀ ଙ୍କ ମୃତ ଦେହ ଉଦ୍ଧାର ।

କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ନରଦା ପଞ୍ଚାୟତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।ସୂଚନା ମୁତାବକ ବୁଧବାର ସାଲେପୁର ବ୍ଲକ ଅନ୍ତର୍ଗତ ନରଦା ପଞ୍ଚାୟତ ପ୍ରହ୍ଲାଦ ସ୍ୱାଇଁ ଙ୍କ ଝିଅ ସୁଚିତ୍ରା ସ୍ୱାଇଁ (୧୪ବର୍ଷ) ନବମ ଶ୍ରେଣୀରେ ପଢୁଥିଲେ ।ଘରପାଖ ତୁଠ କୁ ଗାଧେଇବାକୁ ଯାଇଥିଲେ ।ସେଠାରେ ତାଙ୍କର ଗୋଡ଼ ଖସି ଯିବାରୁ ସେ ବୁଡିଯାଇଥିଲେ ।ପୋଲିସ ଏବଂ ଅଗ୍ନିଶମ ବାହନୀ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା ।କିନ୍ତୁ ଆଜି ସକାଳ ୭ଟା ୩୦ ସମୟରେ ଲୋକେ ପୋଲ ପାଖରେ ମୃତ ଦେହ ଭାସୁ ଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ ,ଖବର ପାଇ ଜପକୁଦ ଫାଣ୍ଡି ଅଧିକାରୀ ଭୀଷ୍ମ ଚରଣ ପ୍ରଧାନ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ଏହି ଖବର ପାଇଁ ସାରା ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।