ନିଶା ମହାରଣାଙ୍କୁ ଚେୟାର ମାଡ଼, ଆପତ୍ତି ଜନକ ଦୃଶ୍ୟ କରୁଥିଲେ ପରିବେଷଣ
ଯାତ୍ରାରେ ଏବେ ଟ୍ରେଣ୍ଡ ଚାଲିଛି ଚେୟାର ମାଡ । ଆପତ୍ତିଜନକ ଦୃଶ୍ୟ ପରିବେଷଣ ପାଇଁ ଦର୍ଶକମାନେ କଳାକାରଙ୍କୁ ବିରୋଧ କରୁଛନ୍ତି । ଏହାସହ ଚେୟାର ଫିଙ୍ଗି ପ୍ରତିବାଦ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନିଶା ମହାରଣାଙ୍କ ସହ ।ଗତକାଲି ଆଠଗଡ କଇଥ ଛକ ଠାରେ ଯାତ୍ରା ଚାଲିଥିଲା । ନୂଆ କରି ଗଢ଼ି ଉଠିଥିବା ତାରିଣୀ ଗଣନାଟ୍ୟରେ ନିଶାଙ୍କୁ ବିରୋଧ କରାଯାଇଛି । ରବିବାର ଆଠଗଡ କଇଥ ଛକଠାରେ ତାରିଣୀ ଗଣନାଟ୍ୟର ପ୍ରଥମ ରାତିର ନାଟକ “ନିଶା ନିଶା ରାତି” ଯାତ୍ରା ପରିବେଷଣ ବେଳେ ନିଶା ମହାରଣା ଅଭିନୟ କରୁଥିଲେ । ଏହି ସମୟରେ ସେ ଏକ ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିଥିଲେ । ଯେଉଁଥି ପାଇଁ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ମାଡ କରିଥିଲେ ଦର୍ଶକ । ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।