ପଶ୍ଚିମବଙ୍ଗରେ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ଉପରକୁ ଅଣ୍ଡାମାଡ଼

ପଶ୍ଚିମବଙ୍ଗରେ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ଉପରକୁ ଅଣ୍ଡାମାଡ଼ । ନଦୀଆର କାଲିଗଞ୍ଜ ସ୍ଥିତି ପାର୍ଟି କାର୍ଯ୍ୟାଳୟ ଉପରକୁ ବିଜେପିର କର୍ମୀ ମାନେ ଅଣ୍ଡା ମାଡ଼ କରିଥିବା ଅଭିଯୋଗ କରିଛି ମହୁଆ ମୈତ୍ରା । ପାର୍ଟି କାର୍ଯ୍ୟାଳୟର ୩ ମହଲା ଉପରେ ଥିଲେ ମୋହୁଆ ।ସୋସିଆଲ ମିଡିଆରେ ଏ ସମ୍ପର୍କରେ ପୋଷ୍ଟ କରି କହିଛନ୍ତି କି, ପୁଲିସକୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ବହୁ ବିଳମ୍ବରେ ପହଞ୍ଚିଥିଲେ ।ଘଟଣାକୁ ନେଇ ରାଜ୍ୟର ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି । ସେ ଫେସବୁକରେ ଆସି ପ୍ରକାଶ କରିଛନ୍ତି ପୁଲିସ ନିଜର ଦାୟିତ୍ବ ବହନ କରିବାରେ ବିଫଳ ହୋଇଛି । ପୁଲିସ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାବେଳେ କ୍ଷୋଭ ପ୍ରକାଶ କରିଛନ୍ତି ।