ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ପରାମର୍ଶ

ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଅବୈଧ ଗଛ କଟା ବନ୍ଦ କରିବା ଓ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ପରାମର୍ଶ ଦେଇଛନ୍ତି।

ମଣିଷ-ପ୍ରାଣୀ ସଂଘର୍ଷ (Man-Animal Conflict)କୁ କମାଇବା ଉପରେ ଗୁରୁତ୍ବ ପ୍ରଦାନ ସହ ବିଭାଗର ଖାଲିଥିବା ପ୍ରାୟ ୨୦୦୦ଟି ପଦବୀ ଡିସେମ୍ବର ୨୦୨୪ ସୁଦ୍ଧା ପୂରଣ ହେବ, ବାକି ସମସ୍ତ ଖାଲି ପଦବୀ ପୂରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି।