ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡା ଅବକାରୀ ରେଞ୍ଜ
ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡା ଅବକାରୀ ରେଞ୍ଜ ନିରୀକ୍ଷିକ ଶ୍ରୀ ପ୍ରଭାକର ସେଠିଙ୍କ ପ୍ରତ୍ୟେକ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ପୃସେଟଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମି ସୂର୍ଯ୍ୟ ମନ୍ଦିର ନିକଟସ୍ଥ IB Bungalow ପାଖରେ ଚଢ଼ାଉ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି ଗିରଫ ଯୁବକ କରମଙ୍ଗା ଗାଁର ବଳରାମ ନାଏକ (34) ତାଙ୍କ ନିକଟରୁ 67 ଗ୍ରାମ ହେରୋଇନ (ବ୍ରାଉନୁ ସୁଗାର) ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ -68/24-25ରେ ମାମଲା ୠଜୁ କରାଯାଇଛି. ଗିରଫ ଯୁବକକୁ ମାନ୍ୟବର ଅଦାଲତ ADJ, ନିମାପଡା କୋର୍ଟରେ ହlଜର ପରେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଗଲା . ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 6,70,000/-ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ କର୍ମଚାରୀ -ସବିତା ସାହୁ ,ସେକ ୱାରିସ ପ୍ରମୁଖ ସାମିଲ ଥିଲାବେଳେ ବାରମ୍ବାର ସୂର୍ଯ୍ୟ ମନ୍ଦିର ଚତୃପାର୍ଶରେ ଦିନକୁ ଦିନ ଧଳା ଜହର ବେପାରୀ ବେବସାହି କରୁଥିବା ବେଳେ କୋଣାର୍କ ପୋଲିସ ପକ୍ଷରୁ କୈଣସି ଚେକିଙ୍ଗି ହେଉ ନଥିବା ଯୋଗୁଁ ଏପରି ଧଳା ଜହର ବେପାରୀ ରାଜ ଚାଲିଛି ବୋଲି ଚର୍ଚ୍ଚା ହେଉଛି।.କୋଣାର୍କ ରୁ ପ୍ରକାଶ କାଣ୍ଡି