ଫେକ ସାର୍ଟିଫିକେଟ ଦେଇ ଚାକିରୀ ରୁ ବହିଷ୍କାର ହେଲେ ଅଧ୍ୟାପକ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବାଲିକୁଦା ମହାବିଦ୍ୟାଳୟ  ରେ ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସନ୍ତୋଷ କୁମାର ଶତପଥି କାର୍ଯ୍ୟ କରୁଥିଲେ। ଏମ୍‌କମ୍‌ ନକଲି ସାର୍ଟିଫିକେଟ ଦେଇ ସେ ୨୦୧୮ ମସିହାରୁ ଚାକିରୀ କରୁଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ମସିହାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍  ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିଥିଲେ। ତଦନ୍ତରେ ସିକିମ ରାଜ୍ୟର ଏକ ଫେକ୍ ବିଶ୍ବବିଦ୍ୟାଳୟରୁ ଏମ୍‌କମ୍ ପାସ କରିଥିବା ନକଲି ସାର୍ଟିଫିକେଟ ଦେଇଥିବା ଜଣା ପଡିଥିଲା।

ଉଚ୍ଚ ସ୍ତରୀୟ କମିଟି ରିପୋର୍ଟ ଦେବାପରେ  ଗତ ୬ତାରିଖରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ୭ବର୍ଷ ଧରି ନେଇଥିବା ଦରମାକୁ ଆଦାୟ କରିବାକୁ ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ନିର୍ଦ୍ଦେଶ ରହିଛି।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ