ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩୨ୟ ଦିବସରେ ଢୋଲମରା ଓ ଗଣିଆ ଟିମ୍ ବିଜୟୀ

ଗଣିଆ ( ବିଶ୍ୱରଂଜନ ସେଠି );ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବେଠିଆ ସାହି ଠାରେ ସମାଜ ସେବୀ ଗଣେଶ୍ୱର ସାମଲ ଓ ସାତକୋଶିଆ ସ୍ୟାଣ୍ଡସ ରିସୋର୍ଟ ଦ୍ୱାରା ପ୍ରାୟୋଜିତ ଫ୍ରେଣ୍ଡସିପ କ୍ରିକେଟ କ୍ଲବ ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ ବେଠିଆସାହି ଜଗନ୍ନାଥ ମନ୍ଦିର ପଛ ଖେଳ ପଡିଆ ଠାରେ ୨ୟ ଦିବସର ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ମ୍ୟାଚ୍ ରେ ଡି ସି ଏ ଢୋଲମରା ବନାମ ଏମ ଡି ସି ସି ଛାମୁଣ୍ଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଢୋଲମରା ଟିମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୧୦ ଓଭରରେ ଢୋଲମରା ଟିମ ୬ ୱିକେଟ ହରାଇ ୧୫୭ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ଛାମୁଣ୍ଡିଆ ନିର୍ଦ୍ଧାରିତ ୧୦ଓଭରରେ ୬ ୱିକେଟ ହରାଇ ୧୦୨ରନ୍ କରି ୫୫ ରନରେ ପରାସ୍ତ ହୋଇଛି । ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବନପାଳ ସୋମନାଥ ପରିଡ଼ା ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ସାତକୋଶିଆ ସ୍ୟାଣ୍ଡସ ରିସୋର୍ଟ ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହାଡ଼ିବନ୍ଧୁ ବେହେରା ଯୋଗ ଦେଇଥିଲେ।ଫ୍ରେଣ୍ଡସିପ କ୍ରିକେଟ କ୍ଲବ ର ଅଧକ୍ଷ ବିଜୟନନ୍ଦ ତରେଇ,ସଭାପତି ପ୍ରଶାନ୍ତ ବେହେରା , କୋଷାଧ୍ୟକ୍ଷ ମଧୁସୁଦନ ନାୟକ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚରେ ବିଭୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରି ଥିଲେ। ସେହି ପରି ଦ୍ଵିତୀୟ ମ୍ୟାଚରେ ଓ ଏମ୍ ପି ସି ସି ଚକ୍ରଗଡ଼ ବନାମ ଏମ୍ ସି ଏ ଇଲେଭେନ୍ ଗଣିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଣିଭୁଇଁ ପ୍ରଥମେ ଟସ ଜିତି ବ୍ୟାଟିଂ କରିବା ନିଷ୍ପତି ନେଇଥିଲା।୧୦ଓଭରରେ ୪ ୱିକେଟ ହରାଇ ୧୫୩ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ଗଣିଆ ଟିମ ୧୦ ଓଭର ରେ ୭ୱିକେଟ୍ ହରାଇ ୧୫୪ ରନ୍ କରି ୩ୱିକେଟ ରେ ବିଜୟୀ ହୋଇଥିଲା। । ମୁଖ୍ୟ ଅତିଥି ଭାବେ ବିରୂପାକ୍ଷ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ସୁମନ୍ତ ଦାସ ଯୋଗ ଦେଇଥିଲେ। ରମାକାନ୍ତ କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରା ଯାଇଥିଲା । ଆଜିର ଦୁଇଟି ମ୍ୟାଚ୍ ରେ ସରୋଜ କୁମାର ରଣା ଓ ସିଲୁ ଖେଳ ପରିଚାଳନା କରିଥିଲେ। ବହୁ ଦର୍ଶକ ଖେଳ ଉପଭୋଗ କରୁଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଆୟୋଜକ କମିଟି ତରଫରୁ ଦର୍ଶକ ମାନଙ୍କ ପାଇଁ ଦହି ସର୍ବତର ବ୍ୟବସ୍ଥା କରା ଯାଇଥିଲା ।