ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ନୀତୀଶଙ୍କ ପୁଅ ନିଶାନ୍ତ ହେଲେ ମନ୍ତ୍ରୀ
ବିହାର ରାଜନୀତିରେ ଆଜି ଏକ ବଡ଼ ଦିନ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ନୂତନ ସରକାରର ଆଜି ପ୍ରଥମ କ୍ୟାବିନେଟ୍ ବିସ୍ତାର ହୋଇଛି। ୩୨ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏନ୍ଡିଏର ଛୋଟ ସହଯୋଗୀ ଦଳ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ତେବେ ଏଥର ମନ୍ତ୍ରିମଣ୍ଡଳର ସବୁଠୁ ଚର୍ଚ୍ଚିତ ଚେହେରା ରହିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର। ନିଶାନ୍ତ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ସ୍ଥିର କରିଛନ୍ତି ।ଏହି ମହାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି।