ବିଜେଡିରୁ ବହିଷ୍କୃତ ପରେ ବିଜେପି ଶିବିରରେ ସାମିଲ ହେଲେ ସୁଜିତ କୁମାର
ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ।ବିଜେଡି ଏମ୍ପି ଥିବା ସୁଜିତ୍ ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଥିଲା । ବିଜେଡି ତାଙ୍କୁ ବହିଷ୍କୃତ କରିଥିଲା । ବିଜେଡିରୁ ବହିଷ୍କୃତ ହେବାର କିଛି ସମୟ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି ।୨୦୨୦ରେ ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ସୁଜିତ କୁମାର ଶୁକ୍ରବାର ନିଜ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଥିଲେ। ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରିବାକୁ ଥିବାବେଳେ ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।