ବୀଣାପାଣି ଯୁବକ ସଂଘ ତରଫରୁ ସାପ କମୁଡ଼ାରୁ ସୁରକ୍ଷା ସଚେତନତା
ଗଣିଆ (,ବିଶ୍ୱରଞ୍ଜନ ସେଠି) ବର୍ତମାନ ବର୍ଷାରୁତୁ ଚାଲିଥିବାରୁ ସବୁଆଡ଼େ ସାପ କାମୁଡ଼ାରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏଥିପାଇର୍ ସରକାର ସାପ କମୁଡ଼ାରେ ମୃତ୍ୟୁ ମୁଖରୁ ବଂଚିବେ ସେଥିପାଇଁ ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ପୂର୍ବାହ୍ନରେ ଗଣିଆସ୍ଥିତ ବୀଣାପାଣି ଯୁବକ ସଂଘ ପରିସରରେ ଜିଳା ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ, ନୟାଗଡ଼ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ ଓଡ଼ିଶା ସରକାରଙ୍କ ସହାୟତାରେ ଗୋଷ୍ଠୀସ୍ତରୀୟ ସଚେତନତା ଓ ସତର୍କତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୀଣାପାଣି ଯୁବକ ସଂଘର ସଂପାଦକ ବାଉରୀବନ୍ଧୁ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ଗଣିଆ ପଂଚାୟତ ସମିତିସଭ୍ୟ ଫକୀର ମୋହନ ଡାକୁଆ ଯୋଗଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରୁ ଆସିଥିବା ସୁପରଭାଇଜର କଳ୍ପନା ମିଶ୍ର ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର କର୍ମକର୍ତାଙ୍କ ସମେତ ବୀଣାପାଣି ଯୁବକ ସଂଘ ଓ ଗଣିଆ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ । ସାପ କମୁଡ଼ା ଓ ଏହାର ଆଶୁ ପ୍ରତିକାର ପାଇଁ ଉଚିତ ପଦକ୍ଷେପ ନେବା ଦିଗରେ ସଚେତନତାମୂଳକ ଆଲୋକପାତ କରାଯାଇଥିଲା । ମୁଖ୍ୟ ଅତିଥି ଅତି ସୁନ୍ଦରଭାବରେ ଏହି ବିଶାକ୍ତ ସାପ କାମୁଡ଼ିଲେ କିଭଳି ତାର ଆଶୁ ପ୍ରତିକାର କରାଯାଇପାରିବ ଏ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ରାଜ୍ୟରେ ଯେତିକି ସାପ କାମୁଡ଼ା ଘଟଣା ଘଟୁଛି ସେଥିମଧ୍ୟରୁ ଶତକଡ଼ା ୮୦ଭାଗ ଅଣ ବିଷଧର ସାପ କାମୁଡ଼ା । ୨୫-୩୦ କାମୁଡ଼ା ମୃତ୍ୟୁ କେଇ ଘଂଟା ମଧ୍ୟରେ ଘଟୁଛି । ଯେତେବେଳେକି ବିଷ ଶରୀରକୁ ବ୍ୟାପୀନଥାଏ ଏସବୁ କ୍ଷେତ୍ରରେ ସାପକାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ବରଣ କରୁଛନ୍ତି । ତେବେ କେଉଁଟା ବିଶାକ୍ତ ସାପ କେଉଁଟା ବିଶାକ୍ତ ନୁହେଁ ଏନେଇ ଲୋକମାନଙ୍କୁ ସଚେତନ କରିବା ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ । ସାପ କାମୁଡ଼ା ଷଳାକ ଚଲାବୁଲା କରିବା ଅନୁଚିତ । ସେମାନଙ୍କୁ ଷ୍ଟେଚରରେ ଡାକ୍ତରଖାନା ନେବା ଉଚିତ କିନ୍ତୁ ବହୁତ ଲୋକ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ କରନ୍ତି । ଫଳରେ ଚିକିତ୍ସା ବେଳେ ଶରୀରରେ ଅଧିକ ବିଷ ସଂଚାର ହୋଇ ମୃତ୍ୟୁର କାରଣ ପାଲଟିଥାଏ ।