ମହାନଦୀ ପବ୍ଲିକ ସ୍କୁଲର ନୂତନ ଭ୍ୟାନ ଉଦଘାଟନ ଉତ୍ସବରେ ଯୋଦେଲେ ବିଧାୟକ

ଗଣିଆ -(ବିଶ୍ୱରଂଜନ ସେଠି)
ଗଣିଆରେ ଥିବା ଇଂରାଜୀ ମିଡିୟମ ମହାନଦୀ ପବ୍ଲିକ ସ୍କୁଲର ନୂତନ ସ୍କୁଲ ଭ୍ୟାନ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅୟନ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ପଙ୍କଜ କୁମାର ସାହୁଙ୍କ ସହଯୋଗରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ନୂତନ ସ୍କୁଲ ଭ୍ୟାନର ଉଦଘାଟନ କରିଥିଲେ । ନିଜ ପିତା ପ୍ରଶାନ୍ତ କୁମାର ସାହୁଙ୍କ ୭୮ ତମ ଜନ୍ମ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ମୁଖ୍ୟ ଟ୍ରଷ୍ଟି ପ୍ରକାଶ କରିଛନ୍ତି । ଗଣିଆର ଅଟୋ ଡ୍ରାଇଭର ଶୁଭେନ୍ଦୁ ନାୟକଙ୍କ ନାମରେ ଏହି ଭ୍ୟାନ କ୍ରୟ କରାଯାଇଥିବା ଜଣାପଡ଼ିଛି । ଜଣେ ଗରୀବ ଅଟୋ ଡ୍ରାଇଭରଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅୟନ ଫାଉଣ୍ଡେସନର ଏଭଳି ଲୋକାଭିମୁଖୀ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, , ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ପୂର୍ବତନ କିଶୋର ପ୍ରସାଦ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରା,, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରାଉତ, ମହାନଦୀ ପବ୍ଲିକ ସ୍କୁଲ ମ୍ୟାନେଜମେଣ୍ଟ କମିଟି, କୋଷାଧ୍ୟକ୍ଷ ଅଟଳ ବିହାରି ବାଜୁ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ମହାରଣା, ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରଶ୍ମିରଞ୍ଜନ ଦାସ, ପରିଚାଳକ (ଲୋକ ସମ୍ପର୍କ ଏବଂ ପ୍ରଶାସନ) ଶ୍ରୀ ଅଶୋକ କୁମାର ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଅଭିଭାବକ ଉପସ୍ଥିତ ଥିଲେ ।

ବିଧୟକ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହିତ ପ୍ରାର୍ଥନା ଓ ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିଥିଲେ । ଏହି ସ୍କୁଲ ଭ୍ୟାନ ଉଦଘାଟନ ଫଳରେ ଛାତ୍ର ଛାତ୍ରୀ ମାନେ ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟାତ କରିପାରିବେ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଥିଲେ ଏବଂ ଅୟନ ଫାଉଣ୍ଡେସନ ର ଏପରି ନିଆରା ପଦକ୍ଷେପ କୁ ଖୁବ୍ ପ୍ରଶଂସା କରିଥିଲେ।