ମାଗଣା UPSC କୋଚିଂ; ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ
ଆଜିଠୁ ମାଗଣା ଆଇଏଏସ କୋଚିଂ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ 200 ଜଣ ଆଶାୟୀଙ୍କୁ ମାଗଣାରେ UPSC ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏନେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।୨୦୧୯ ମସିହାରୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା ସିଭିଲ ସର୍ଭିସ ପାଇଁ କୋଚିଂ ଦିଆଯାଉଛି । ତେବେ 28 ତାରିଖଠାରୁ 19 ଜୁନ୍ ପର୍ଯ୍ୟନ୍ତ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ । 24 ତାରିଖରେ ପ୍ରକାଶ ପାଇବ ଆଡମିଟ୍ କାର୍ଡ । ସାମ୍ସ ପୋର୍ଟାଲରୁ ଆଇଡି ପାସ ୱାର୍ଡ ଦେଇ ପ୍ରାର୍ଥୀମାନେ ଆଡମିଟ୍ କାର୍ଡକୁ ଡାଉନଲୋଡ୍ କରିପାରିବେ । ତେବେ ଜୁନ୍ 28 ତାରିଖରେ ଏହାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହା ଏକ ମାଗଣା UPSC କୋଚିଂ। ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ସରକାରଙ୍କ ଦ୍ୱାରା ଖାଇବା,ରହିବା ଆଦି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ।UPSC ପାଠ୍ୟକ୍ରମ ଅନୁସାରେ ପ୍ରିଲିମ୍ସ ଏବଂ ମେନ୍ସ ପରୀକ୍ଷା ପାଇଁ ୧୧ ମାସ ପାଇଁ ପ୍ରଶିକ୍ଷଣ ଯୋଗାଇ ଦିଆଯିବ । ୨୦୦ ପ୍ରାର୍ଥୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିବା ପାଇଁ ଏକ ପ୍ରାକ୍-ଯୋଗ୍ୟତା ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।ତେବେ ଆବେଦନ ଫି’ ଦାଖଲ କରିବା ପାଇଁ ଅନଲାଇନ୍ ମୋଡ୍ ମାଧ୍ୟମରେ ମାତ୍ର ୧୦୦ ଟଙ୍କା ଜମା କରିବାକୁ ପଡିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dhe.odisha.gov.in ଏବଂ SAMS ପୋର୍ଟାଲ୍ (www.samsodisha.gov.in) ରେ ଉପଲବ୍ଧ ରହିଛି ।