ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ନାହିଁ।ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍ ବସ୍
ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍ ବସ୍ ।ସମାନ ଭାବେ କଟକ ପାଇଁ ୧୦୦ଟି ଓ ଭୁବନେଶ୍ବର ପାଇଁ ୧୦୦ଟି ବସ୍ ମଞ୍ଜୁର କରାଯାଇଛି ।କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ । ଦୁଇଟି ସହର ମଧ୍ୟରେ ଯୋଗାଯୋଗ ପାଇଁ Bus Rapid Transit System ଏକ ବିକଳ୍ପ ହେବ । ମେଟ୍ରୋ ପ୍ରକଳ୍ପଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ଅଟେ । PM-eBus ସେବା ଯୋଜନା ଅଧୀନରେ ଟ୍ବିନ ସିଟି ପାଇଁ ମୋଟ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଅନୁମୋଦନ କରାଯାଇଛି। ତେବେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ । ରାଜ୍ୟସଭାରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଥିଲେ ଦେବାଶିଷ ।